fbpx
BSKY
BJD MC SKY
BJD YOUTH SKY

ବନ୍ଦ ପଡିଥିବା SIM ଆଣିପାରେ ଆପଣଙ୍କ ପାଇଁ ବଡ଼ ବିପଦ, କରନ୍ତୁ ନାହିଁ ଏହି ଭୁଲ

ନୂଆଦିଲ୍ଲୀ: ଆମେ ଘରେ ବହୁ ଅଦକାରୀ ସାମଗ୍ରୀ ରଖିଥାଉ । ଏଭଳି ବହୁ ଜିନିଷ ଅଛି ଯାହାର ବ୍ୟବହାର କିଛି ନଥିବ କିନ୍ତୁ ଆମେ ତାକୁ ଆମ ପାଖରେ ରଖିଥାଉ । ସେହିଭଳି ଏକ ସାମଗ୍ରୀ ହେଉଛି ସିମକାର୍ଡ । ବହୁ ଲୋକ ଅଛନ୍ତି ଯେଉଁମାନେ ସିମକାର୍ଡ ବ୍ୟବହାର ନଥିବା ଜାଣି ମଧ୍ୟ  ତାକୁ ପାଖରେ ସାଇତି ରଖିଥାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଯଦି ବହୁ ଦିନ ଧରି ଆପଣ ସିମ ବନ୍ଦ ରଖିଛନ୍ତି ତେବେ ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ । ଦେଖିବାକୁ ଗଲେ ଟେଲିକମ କମ୍ପାନୀ ଗୁଡିକ ଇନ ଆକ୍ଟିଭ ଥିବା ସିମ ଗୁଡିକୁ ୩ ମାସରୁ ଅଧିକ ସମୟ ଧରି ବନ୍ଦ ରଖିଲେ ସେହି ସିମକୁ ଅନ୍ୟ ଜଣ ୟୁଜର୍ସ ପାଇଁ ଆଲର୍ଟ କରିଦିଅନ୍ତି ।

ଯାହା ସୂଚନା ଅନୁସାରେ ଆପଣଙ୍କ ନମ୍ବର ଆଉ ଜଣକୁ ଦିଆଯାଏ । ଏହି ଭଳି କ୍ଷେତ୍ରରେ ସାଇବର ଫ୍ରଡ କିମ୍ବା କ୍ରାଇମରେ ଆପଣ ଫସି ଯିବାର ଅଧିକ ସୁଯୋଗ ଅଛି ।

କେବଳ ଏତିକି ନୁହେଁ, ଯଦି ଆପଣଙ୍କ ନମ୍ବର କୌଣସି ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ରହିଛି ତେବେ ଏହା ସମ୍ବନ୍ଧିୟ ସୂଚନା ଆପଣଙ୍କ ବ୍ୟତୀତ ଆଉ କାହାକୁ ମିଳିବ । ଯାହା ଦ୍ୱାରା ଆପଣଙ୍କ ନାମ ବ୍ୟବହାର କରି ଆଉ କେହି କ୍ରାଇମ କରିପାରିବେ । ଆଉ ଆପଣ ଏହି ସାଇବର ଫ୍ରଡର ଶୀକାର ହେବେ ।

ସୂଚନାମୁତାବକ ରାଜଧାନୀ ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କ ସହିତ କିିଛି ଏହି ଭଳି କାର୍ଯ୍ୟ ହୋଇଥିଲା ଯାହା ପାଇଁ ତାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା କଟିଯାଇଥିଲା ।

ତେଣୁ ଆପଣ ଯଦି କୌଣସି ନମ୍ବର ବନ୍ଦ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଏହାକୁ ଆପଣ ନିଜ ଆକାଉଣ୍ଟ ସହିତ ହୋଇଥିବା ଲିଙ୍କରୁ ହଟାନ୍ତୁ ଏହା ପରେ ଏହାକୁ ବନ୍ଦ କରିଦିଅନ୍ତୁ ।

Get real time updates directly on you device, subscribe now.