fbpx
BSKY SKY
BSKY SKY

ମାସିକ ମିଳିବ ବୋନସ ରିୱାର୍ଡ, ଆପ୍ଲାଏ କରିବା ପୂର୍ବରୁ ଜାଣନ୍ତୁ ଫିଚର

BSKY

ନୂଆଦିଲ୍ଲୀ: ଆପଣ ନିଜର କ୍ରେଡିଟ କାର୍ଡ ବ୍ୟବହାର କରି ମାସିକ ବୋନୋସ ରିୱାର୍ଡ଼ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଷ୍ଟାଣ୍ଡାର୍ଡ଼ ଚାଟାର୍ଡ଼ ରିୱାର୍ଡ଼ କ୍ରେଡ଼ିଟ କାର୍ଡ଼ ଏଥିପାଇଁ ସାହାଯ୍ୟ କରିବ । ଏହି କାର୍ଡ଼କୁ ଷ୍ଟାଣ୍ଡାର୍ଡ଼ ଚାଟାର୍ଡ଼ ବ୍ୟାଙ୍କ ବାହାର କରିଛି । ଏହାକୁ ସବୁ ମର୍ଚେଣ୍ଟ ଆଉଟଲେଟ ବା ଅନଲାଇନ ୱେବସାଇଟରେ ଆପଣ ବ୍ୟବହାର କରିପାରିବେ । ଯାହାକୁ ଭିଜା କାର୍ଡ଼ ସ୍ୱୀକାର କରିଥାଏ ।

-ଏହି କ୍ରେଡ଼ିଟ କାର୍ଡ ମାଧ୍ୟମରେ, ସରକାରୀ ଇନସୁରାନ୍ସ ଏବଂ ଫୁଲ୍ କାଟାଗୋରୀକୁ ଛାଡ଼ି କାର୍ଡଧାରକ ପ୍ରତ୍ୟେକ ୧୫୦ ଟଙ୍କାର ଖର୍ଚ୍ଚରେ ୪ଟି ରିୱାର୍ଡ ପଏଣ୍ଟ କମେଇ ପାରିବେ ।
-ମାସିକ ୨୦ ହଜାରରୁ ଅଧିକ ଖର୍ଚ୍ଚ ପାଇଁ ୪ଏକ୍ସ ଆଡ଼ିସନଲ ରିୱାର୍ଡ଼ ପାଇବେ । ଆଡ଼ିସନଲ ରିୱାର୍ଡ଼ ରୂପରେ ପ୍ରତି ମାସରେ ଆପଣ ୨୦୦୦ ରିୱାର୍ଡ଼ କମାଇପାରିବେ ।
-ସରକାରୀ ଏବଂ ଇନ୍ସୁରାନ୍ସ କାଟାଗୋରୀରେ ୧ଟି ରିୱାର୍ଡ ମିଳିବ ।
-ପେଟ୍ରୋଲ ପମ୍ପରେ ଏହି କାର୍ଡ଼ ବ୍ୟବହାର କଲେ ଆପଣଙ୍କୁ ୧ପ୍ରତିଶତ ଫୁଲ୍ ସରଚାର୍ଜ ଦେବାକୁ ପଡ଼ିବ ନାହିଁ ।
-ଏହି କାର୍ଡ଼ ମାଧ୍ୟମରେ ଆପଣ ବାର୍ଷିକ ୪ଥର କମ୍ପପ୍ଲିମେଣ୍ଟରୀ ଡୋମେଷ୍ଟିକ ଏୟାରପୋର୍ଟ ଲାଉଁଚ ଏକ୍ସସେସ କରିପାରିବେ ।
-ଏହି କାର୍ଡ଼ ‘ଟ୍ୟାପ ଆଣ୍ଡ ପେ’ର ସୁବିଧା ମଧ୍ୟ ଦେଉଛି ଯାହାଦ୍ୱାରା କାର୍ଡ଼କୁ ସ୍ୱାଇପ କରିବା ବିନା ପିଓଏସ ମେସିନରେ କେବଳ ଟ୍ୟାପ କରି ପେମେଣ୍ଟ କରାଯାଇପାରିବ ।

୧୮ରୁ ୬୫ ବର୍ଷର ବ୍ୟକ୍ତି ଏବଂ ଷ୍ଟେବଲ ଇନକମ କରୁଥିବା ବ୍ୟକ୍ତିମାନେ ଏହି କାର୍ଡ ପାଇଁ ଆପ୍ଲାଏ କରିପାରିବେ । ତେବେ ଏହି କାର୍ଡର ଜଏନିଂ ପିସ ଜିରୋ ରହିଛି । ଏହି କାର୍ଡରେ ଏକ ବର୍ଷ ମଧ୍ୟରେ ଯଦି ୩ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଉଛି ତେବେ ଆନୁଆଲ ଫିସ୍କୁ ରିଭର୍ସ କରିଦିଆଯିବ ।

Get real time updates directly on you device, subscribe now.