fbpx

Vastu Tips:ମନିପର୍ସରେ ଭୁଲ୍‌ରେ ବି ରଖନ୍ତୁନି ଏହି ୪ଟି ଜିନିଷ, ଅନ୍ୟଥା ବରବାଦ ହୋଇଯିବ ସବୁ ଧନ ସଂପତ୍ତି

ଓଡ଼ିଶା ଭାସ୍କର: ଟଙ୍କା ପଇସା ସୁରକ୍ଷିତ ରଖିବା ଲାଗି ଆମେ ମନି ପର୍ସର ବ୍ୟବହାର କରିଥାଉ । ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହା ପର୍ସରେ ରଖିବା ଦ୍ୱାରା ଧନହାନୀ ଘଟିଥାଏ । ଏଣୁ ଏହିସବୁ ଜିନିଷ ଆମେ ପର୍ସରେ କେବେ ବି ରଖିବା ଅନୁଚିତ । ଏହି କ୍ରମରେ ଆମେ ଆପଣଙ୍କୁ ଏପରି ୪ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କେବେ ବି ମନି ପର୍ସରେ ରଖନ୍ତୁ ନାହିଁ ।

୧-ପର୍ସରେ ଉଧାର ଆଣିଥିବା ଟଙ୍କା କେବେ ବି ରଖନ୍ତୁ ନାହିଁ । କୁହାଯାଏ ଏପରି କରିବା ଦ୍ୱାରା ଋଣ ବଢିଥାଏ ଓ ଆର୍ଥିକ କ୍ଷତିର ଆଶଙ୍କା ବି ରହିଥାଏ ।
୨-ପର୍ସରେ ନିଜ ଇଷ୍ଟଦେବ, ଗୁରୁ କିମ୍ବା ଦେବୀ ଦେବତାଙ୍କ ଚିତ୍ର କେବେ ବି ରଖନ୍ତୁ ନାହିଁ । ଆପଣ ନିଜ ପରିବାର ସଦସ୍ୟଙ୍କ ଚିତ୍ର ରଖିପାରିବେ । ଓଁ କିମ୍ବା ସ୍ୱସ୍ତିକ ପରି ଧାର୍ମିକ ଚିହ୍ନ ବି ରଖିପାରିବେ ।
୩-ପର୍ସରେ ଟଙ୍କା କେବେ ମୋଡି କରି ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀ ରୁଷ୍ଟ ହୋଇଯାଆନ୍ତି । ଏହାସହିତ ମୁଦ୍ରା ବା କଏନ୍ ସର୍ବଦା ଅଲଗା ରଖନ୍ତୁ ।
୪-ନିଜ ପର୍ସରେ ଫୁଡ୍ ବିଲ୍ କିମ୍ବା ଇଲେକ୍ଟ୍ରିସିଟି ବିଲ୍ ପରି ଖର୍ଚ୍ଚ ଲିଷ୍ଟ କେବେ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ମଧ୍ୟ ଧନର ଅପବ୍ୟୟ ଘଟିଥାଏ ।
ଅନ୍ୟପକ୍ଷରେ ଆପଣ ପର୍ସରେ ନିଜ ରାଶି ଅନୁସାରେ ସମ୍ବନ୍ଧିତ ବସ୍ତୁ ରଖିପାରିବେ । ଯେଉଁ ଜିନିଷ ଆପଣଙ୍କ ରାଶି ସହ ସମ୍ବନ୍ଧିତ ତାହାର ଛୋଟ ପ୍ରତୀକ ପର୍ସରେ ରଖନ୍ତୁ । ଏହାଦ୍ୱାରା ଧନପ୍ରାପ୍ତିର ଦିଗ ସରଳ ହୋଇଯିବ ।

Get real time updates directly on you device, subscribe now.