fbpx

ଏହି ଦିନ ଭୁଲରେ ଦେଖନ୍ତୁ ନାହିଁ ଚନ୍ଦ୍ର,ସମ୍ମାନହାନୀ ସହ ଲାଗିବ କଳଙ୍କ ଦୋଷ :ଜାଣନ୍ତୁ ଏହାର କାରଣ

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶ ଚତୁର୍ଥୀ ପଡିଥାଏ । ଏହି ଦିନ ଗଣେଶ ପୂଜା ସହ କଳଙ୍କ ଚତୁର୍ଥୀ ମଧ୍ୟ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷ କଳଙ୍କ ଚତୁର୍ଥୀ ୩୦ ଅଗଷ୍ଟରେ ପଡୁଥିବା ବେଳେ ତା ପରଦିନ ଅର୍ଥାତ୍ ୩୧ ଅଗଷ୍ଟରେ ଗଣେଶ ପୂଜା ପଡୁଛି । ତେବେ କଳଙ୍କ ଚତୁର୍ଥୀରେ ଚନ୍ଦ୍ରଙ୍କ ସହିତ ଏକ ପରମ୍ପରା ଯୋଡି ହୋଇ ଅଛି । ଯାହାଫଳରେ ଚନ୍ଦ୍ରଙ୍କୁ ଦେଖିବାକୁ ବାରଣ କରାଯାଇଥାଏ ।  ଆସନ୍ତୁ ଜାଣିବା କଣ ଏହି କଳଙ୍କ ଚତୁର୍ଥୀ ଏବଂ ଏହି ଦିନ ଚନ୍ଦ୍ରକୁ ଦେଖିବାକୁ କାହିଁକି ବାରଣ କରାଯାଇଥାଏ ।

କଳଙ୍କ ଚତୁର୍ଥୀରେ ଦେଖନ୍ତି ନାହିଁ ଚନ୍ଦ୍ର: ପୁରାଣ ଶାସ୍ତ୍ର ଅନୁଯାୟୀ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶ ଚନ୍ଦ୍ରଙ୍କୁ ଏକ ଅଭିଶାପ ଦେଇଥିଲେ । ଯେଉଁ କାରଣରୁ ଏହି ଚତୁର୍ଥୀକୁ କଳଙ୍କ ଚତୁର୍ଥୀ କୁହାଯାଇଥାଏ । ତେବେ ଏହି ଦିନ ଚନ୍ଦ୍ରଙ୍କୁ ଦେଖିବା ଉଚିତ୍ ନୁହେଁ । କାରଣ ଏପରି କରିବା ଦ୍ୱାରା କଳଙ୍କ ଲାଗିବା ସହିତ ସମ୍ମାନ ହାନୀ ମଧ୍ୟ ହୋଇଥାଏ ।

କଳଙ୍କ ଚତୁର୍ଥୀ: ପୁରାଣ ଅନୁଯାୟୀ ଗଣେଶଙ୍କ ବଡ ପେଟ ଓ ଗଜ ମୁଖ ଦେଖି ଚନ୍ଦ୍ର ତାଙ୍କୁ ଉପହାସ କରିଥିଲେ । ଫଳରେ ଗଣେଶ ରାଗିଯାଇ ତାଙ୍କୁ ଅଭିଶାପ ଦେଇଥିଲେ । ଭଗବାନ ଗଣେଶ ଚନ୍ଦ୍ରଙ୍କୁ କହିଥିଲେ ତୁମେ ତୁମର ଯେଉଁ ରୂପକୁ ନେଇ ଗର୍ବ କରୁଛ ସେ ରୂପ ତୁମର ନଷ୍ଟ ହୋଇଯିବ । ଏଥିସହିତ ତୁମକୁ କେହି ଦେଖିପାରିବେ ନାହିଁ । ତେବେ ଚନ୍ଦ୍ର ଗଣେଶଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ପ୍ରଭୁ ଶିବଙ୍କ ଆରଧନା କଲେ । ଫଳରେ ଭଗବାନ ଶିବ ଚନ୍ଦ୍ରଙ୍କୁ ଗଣେଶଙ୍କ ପୂଜା କରିବାକୁ କହିଲେ । ଏହାପରେ ଗଣେଶ କହିଥିଲେ ଯେ ମୋର ଅଭିଶାପ ସମାପ୍ତ ହେବ ନାହିଁ କିନ୍ତୁ ଏହାର ପ୍ରଭାବକୁ ମୁଁ କମାଇ ଦେଉଛି । ଏହାଦ୍ୱାରା ୧୫ ଦିନ ତୁମର କ୍ଷୟ ହେବ କିନ୍ତୁ ଏହାପରେ ବଢି ବଢି ସିମେ ପୂର୍ଣ୍ଣ ରୂପ ଧାରଣ କରିବ ।ଏତତ୍ ବ୍ୟତୀତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଯିଏ ତୁମକୁ ଦେଖିବ ତା ଉପରେ କଳଙ୍କ ଦୋଷ ଲାଗିବ ଏବଂ ତାର ମାନ ସମ୍ମାନ ହାନୀ ହେବ । ସେହି ଦିନଠାରୁ ଏହି ଏହାକୁ କଳଙ୍କ ଚତୁର୍ଥୀ କୁହାଯାଏ ।

Get real time updates directly on you device, subscribe now.