fbpx

ଶରଦ ପୂର୍ଣ୍ଣିମାରେ କରନ୍ତୁ ନାହିଁ ଏହି ଭୁଲ, ପଳନ କରନ୍ତୁ ଏହି ନିୟମ

Advertisement

ଓଡିଶା ଭାସ୍କର : ହିନ୍ଦୁ ଧର୍ମରେ ଆଶ୍ୱିନ ମାସର ପୂର୍ଣ୍ଣିମା ସବୁଠାରୁ ମହତ୍ୱପୂର୍ଣ୍ଣ ହୋଇଥାଏ । ଏହି ଦିନ ଚନ୍ଦ୍ର ତାହାର ଷୋଳ କଳାରେ ପରିପୂର୍ଣ୍ଣ ହୋଇଥାଏ । ଏଥି ପାଇଁ ଏହି ଦିନ ରାତିରେ ଚନ୍ଦ୍ର କିରଣରେ ଖିରି ରଖି ଏହା ପର ଦିନ ଏହାକୁ ପ୍ରସାଦ ରୂପରେ ସେବନ କରାଯାଏ । ଚଳିତ ବର୍ଷ ଏହା ୨୮ ଅକ୍ଟୋବର ରେ ପୂର୍ଣ୍ଣିମା ହେଉଛି । କିନ୍ତୁ ଏଥର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ମଧ୍ୟ ଲାଗୁଛି । ଶରଦ ପୂର୍ଣ୍ଣିମାରେ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ତେଣୁ ଏହି ଶୁଭ ଦିନରେ ଏପରି କିଛି ଭୂଲ କରନ୍ତୁ ନାହିଁ । ତେବେ ଧାର୍ମିକ ମାନ୍ୟତା ଅନୁସାରେ ଭୂଲ କରିବା ଦ୍ୱାରା ମାତା ଲକ୍ଷ୍ମୀ ରାଗିଯାନ୍ତି । ଯାହା ଦ୍ୱାରା ଧନ ହାନୀ ହେବାର ସମ୍ଭାବନା ଥାଏ । ତେବେ ଆସନ୍ତୁ ଜାଣିବା ଏହି ସରଦ ପୂର୍ଣ୍ଣିମାରେ କେଉଁ ଭୂଲ ଉପରେ ଧ୍ୟାନ ଦେବା ।

ଆମିଷ ଭୋଜନ କରନ୍ତୁ ନାହିଁ : ଶରଦ ପୂର୍ଣ୍ଣିମାରେ ମାଛ-ମାଂସ ଖାନ୍ତୁ ନାହିଁ । କିମ୍ବା ମଦ୍ୟପାନ କରନ୍ତୁ ନାହିଁ । ଏହା ଛଡା ଭୋଜନରେ ପିଆଜ ରଶୁଣ ମଧ୍ୟ ବ୍ୟବହାର କରନ୍ତୁ ନାହିଁ ।

ଖିର କିଣନ୍ତୁ ନାହିଁ : କୁହାଯାଏ ହି ଦିନ ଖିର କିଣନ୍ତୁ ନାହିଁ କିମ୍ବା କାହାକୁ ଦିଅନ୍ତୁ ନାହିଁ । ମାନ୍ୟତା ଅନୁସାରେ ଏପରି କରିବା ଦ୍ୱାରା ଜାତକରେ ଚନ୍ଦ୍ର ଦୁର୍ବଳ ହୋଇଥାଏ ।

କଳାରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ : ତେବେ ଶରଦ ପୂର୍ଣ୍ଣିମା ଦିନ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ । ଏହି ଦିନ ଧଳା ରଙ୍ଗର ପୋଷାକ ପିନ୍ଧନ୍ତୁ ।

କଳହ କରନ୍ତୁ ନାହିଁ : ପୂର୍ଣ୍ଣିମା ଦିନ ଘରେ କଳି କରନ୍ତୁ ନାହିଁ । ତେବେ ମାନ୍ୟତା ଅନୁସାରେ ଏହି ଦିନ ଅଧିକ କଳି ଝଗଡା କଲେ ମାତା ଲକ୍ଷ୍ମୀ ରାଗିଥାନ୍ତି । ଯାହା ଦ୍ୱାରା ପରିବାର ସଦସ୍ୟ ଲୋକଙ୍କର ଧନ ହାନୀ ହୋଇଥାଏ ।

ଦାନ ଧର୍ମ ସମୟ ଅନୁସାରେ କରନ୍ତୁ : ଶରଦ ପୂର୍ଣ୍ଣିମାରେ ସକାଳ ସମୟରେ ଦାନ ଧର୍ମ କରିବା ଏକ ଭଲ କାମ କିନ୍ତୁ ସଂନ୍ଧ୍ୟା ସମୟରେ ଏହା କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆଥିକ ସଂକଟ ଦେଖା ଦେଇଥାଏ ।

Get real time updates directly on you device, subscribe now.