fbpx
BSKY SKY
BSKY SKY

BIG BREAKING; ପାକିସ୍ତାନର ଅବସ୍ଥା ଖରାପ, ଦକ୍ଷିଣ ଆଫ୍ରିକା ଠାରୁ ବି ହାରିଲା ଦଳ…

BSKY

ଚେନ୍ନାଇ: ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପର ୨୬ ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ବିଜୟ । ନିଜର ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ବିପକ୍ଷ ପାକିସ୍ତାନକୁ ୧ ୱିକେଟରେ ପରାସ୍ତ କରିଛି ସାଉଥ ଆଫ୍ରିକା। ବାବର ସେନା ରଖିଥିବା ୨୭୧ ରନର ଟାର୍ଗେଟକୁ ସାମ୍ନା କରି ସଫଳ ହୋଇଛି ଦକ୍ଷିଣ ଆଫ୍ରିକା।

ସୂଚନା ଥାଉକି, ଆଜି ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତି ନେବା ପରେ ଅଲଆଉଟ ହୋଇ ମୋଟ ୨୭୦ ରନ ସଂଗ୍ରହ କରିଥିଲା ପାକିସ୍ତାନ । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୭୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ଯାହା ଅତ୍ୟନ୍ତ ରୋମାଞ୍ଚକ ପରିସ୍ଥିତି ଭିତରେ ୨୭୧ ରନର କରି ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା । ଅଧିନାୟକ ବାବର ଆଜାମ ଓ ସକିଲଙ୍କ ଅର୍ଦ୍ଧଶତକ ଫଳରେ ପାକିସ୍ତାନକୁ ଏକ ଭଲ ସ୍କୋର ମିଳିଥିବା ସତ୍ତ୍ୱେ ବି ପରାଜୟ ସମ୍ମୁଖୀନ ହୋଇଛି ପାକିସ୍ତାନ।

Get real time updates directly on you device, subscribe now.