fbpx

ଟିପୁ ସୁଲତାନଙ୍କ ଖଣ୍ଡା ନିଲାମ, କିଣିଲେନି କେହି, ଜାଣନ୍ତୁ କେତେ କୋଟିରୁ ଆରମ୍ଭ ହୋଇଥିଲା ଡାକ ?

Advertisement

ନୂଆଦିଲ୍ଲୀ : ଟିପୁ ସୁଲତାନ ଅଙ୍ଗଲ ମଇସୁର ଯୁଦ୍ଧ ଇଂରେଜମାନଙ୍କ ବିରୋଧରେ ଲଢିଥିଲେ । ଟିପୁ ସୁଲତାନଙ୍କ ଏକ ଖଣ୍ଡା ଲଣ୍ଡନରେ ନିଲାମ ହୋଇଥିଲା । କିନ୍ତୁ ଏହାକୁ ଏବେ ପର୍ଯ୍ୟନ୍ତ କେହି କିଣୁ ନାହାନ୍ତି । ଏହି ଖଣ୍ଡାକୁ ବିକ୍ରି ପାଇଁ ରଖାଯାଇଛି । ଯେଉଁ ପରିମାଣର ଟଙ୍କା ଏହାର ନିଲାମି ପାଇଁ ରଖାଯାଇଥିଲା ତାହା ମଧ୍ୟ ହାସଲ ହୋଇ ପାରି ନାହିଁ । ରିପୋର୍ଟ ଅନୁସାରେ ଏହି ଖଣ୍ଡାକୁ ପୂର୍ବ ବ୍ରିଟିସ ଗଭନର ଜନେରାଲ ଲର୍ଡ କାର୍ନିଭାଲିସ୍ଡ ଏହା ଉପହାର ରୂପରେ ଦିଆଯାଇଥିଲା ।

ଟିପୁସୁଲତାନଙ୍କ ଖଣ୍ଡାର ଅନୁମାନିକ ମୂଲ୍ୟ ୧୫ କୋଟିରୁ ୨୦ କୋଟି ରଖାଯାଇଥିଲା । ଏହି ଖଣ୍ଡାର ଅଧିକ ମୂଲ୍ୟ ଥିବାରୁ ଏହାକୁ କେହି କିଣୁ ନାହାନ୍ତି । ତେବେ ଏହି ଖଣ୍ଡାକୁ ଏକ ସଂଗ୍ରହାଳୟ କିଣିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହାର ମୂଲ୍ୟ ଅଧିକ ଥିଲା ଫଳରେ ଏହାକୁ କେହି କିଣୁ ନାହାନ୍ତି । ୧୭୯୯ ରେ ସେ ହାରିବା ପରେ ତାଙ୍କ କବଚରେ ଦୁଇଟି ଖଣ୍ଡା ଗିଫ୍ଟରେ ଦିଆଯାଇଥିଲା । ଏଥି ମଧ୍ୟରୁ ଗୋଟିଏ ଖଣ୍ଡାକୁ ଚାଲ୍ସ ମକବେସଙ୍କୁ ଦିଆଯାଇଥିଲା ଏବଂ ଅନ୍ୟଟି ବ୍ରିଟିସ ଭାରତର ଗଭର୍ନର ଜନେରାଲ ଏବଂ କମାଣ୍ଡର ଚିଫଙ୍କୁ ଦିଆଯାଇଥିଲା ।ଏହି ଖଣ୍ଡା ଟିପୁ ସୁଲତାଙ୍କ ତାଙ୍କ ବେଡରୁମରେ ରଖିଥିଲେ । ପ୍ରଥମ ଖଣ୍ଡାଟି ୨୩ ମେରେ ୧୪୧ କୋଟିରେ ବିକ୍ରି ହୋଇଥିଲା । ଏବେ ଦ୍ୱିତୀୟ ଖଣ୍ଡା ବିକ୍ରି ହେବା ଉଦ୍ଦେଶରେ ରହିଛି ।

Get real time updates directly on you device, subscribe now.