fbpx
BJD SKY
BJD SKY

ଜରୁରୀକାଳୀନ କର୍ମଚାରୀଙ୍କୁ ଦିଆଯାଇଥିବା ପାସର ଅପବ୍ୟବହାର କରନ୍ତୁ ନାହିଁ: ପୋଲିସ କମିଶନର

BJD

ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ରାଜ୍ୟ ଲକ୍ ଡାଉନ ରହିଛି । ଏନେଇ ହସ୍ପିଟାଲ, ମିଡ଼ିଆ, ବ୍ୟାଙ୍କ ପରି ଜରୁରୀକାଳୀନ କର୍ମଚାରୀଙ୍କୁ ପାସ୍ ଦିଆଯାଇଥିଲା । ଯାନବାହନ ପାସ ଘରଠାରୁ ଅଫିସ୍ ଏବଂ ସରକାରୀ କାର୍ଯ୍ୟ ପାଇଁ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ପାସର ଦୁରୁପଯୋଗ ଯେମିତିକି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଅପବ୍ୟବହାର କରାଯାଉଥିବା ସାମ୍ନାକୁ ଆସିଛି । ଯାହା ପାସ ଉପରେ ପ୍ରଭାବ ପକାଇପାରେ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ଏହାସହ ଯେଉଁମାନେ ପାସ୍ ର ଅପବ୍ୟବହାର କରୁଛନ୍ତି ସେମାନଙ୍କଠାରୁ ପାସ୍ ଫେରାଇ ନିଆଯାଇପାରେ ବୋଲି ମଧ୍ୟ ସେ କହିଛନ୍ତି ।ଏନେଇ ଧ୍ୟାନ ଦେବାକୁ ସେ କହିଛନ୍ତି ।

Get real time updates directly on you device, subscribe now.