fbpx

ଏସସିବିରେ ହେବ କରୋନା ରକ୍ତ ନମୁନା ପରୀକ୍ଷା

Advertisement

ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର):କଟକ ଏସସିବିରେ ମହାମାରୀ କରୋନା ରକ୍ତ ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି । ନମୁନା ପରୀକ୍ଷା ପାଇଁ ଅନୁମତି ଦେଇସାରିଛି ଆଇସିଏମଆର । ଏହାସହ ବୁର୍ଲା ଏମକେସିଜିରେ ମଧ୍ୟ ନୁମନା ପରୀକ୍ଷା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ଅନ୍ୟପଟେ ସବୁ ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ ।
ଉଲ୍ଲେଖଯୋଗ୍ୟ ଯେ ମହାମାରୀ କରୋନା ଦିନକୁ ଦିନ ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ୧୪୦୯ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ୪୫ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ୩ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.