fbpx
BSKY SKY
BSKY SKY

ଗୋଲାମୁଣ୍ଡା ଏବିଡିଓ ନିଲମ୍ବିତ

BSKY

ଧର୍ମଗଡ,୩୧ ।୩(ଓଡିଶା ଭାସ୍କର) କଳାହାଣ୍ଡି ଗୋଲାମୁଣ୍ଡା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ଏବିଡିଓ ପଦ୍ମନାଭ ପାତ୍ରଙ୍କୁ ନିଲମ୍ବିତ କରାଯାଇଛି । କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଏବିଡିଓ ପଦ୍ମନାଭଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି । ଜନତା କର୍ଫ୍ୟୁ ବେଳେ ବିନା ଅନୁମତିରେ ସେ ସଦର ମହକୁମାରେ ଅନୁପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶରେ ଜନତା କର୍ଫ୍ୟୁ ଜାରି ହୋଇଥିବା ବେଳେ କୌଣସି ଏକ କାମରେ କଳାହାଣ୍ଡି ଜିଲ୍ଲାପାଳ ପଦ୍ମନାଭଙ୍କୁ ଡକାଇଥିଲେ । କିନ୍ତୁ ସେହି ଦିନ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ସେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ଅଭିଯୋଗ ହୋଇଥିଲା ।

 

Get real time updates directly on you device, subscribe now.