fbpx

କରୋନା ମୁକାବିଲା, ଗଠନ କରାଯାଉ ବିଶେଷଜ୍ଞ ଟିମ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୩୧ା୩: କରୋନା ମୁକାବିଲା ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି । ଏନେଇ ବିଶେଷଜ୍ଞ କମିଟି ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୪ଘଣ୍ଟା ମଧ୍ୟରେ ଏହି ବିଶେଷଜ୍ଞ କମିଟି ଗଠନ ପାଇଁ ନିର୍ଦ୍ଦେଶ ହୋଇଛି । ସୂଚନା ପୋର୍ଟାଲ ପାଇଁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଗୁଜବକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଏତତ୍ ବ୍ୟତୀତ ଗୋଟିଏ ବର୍ଷ ପାଇଁ ଖାଦ୍ୟ ସାମଗ୍ରୀ ମହଜୁଦ ରହୁ ବୋଲି ପରାମର୍ଶ ଦେଇଛନ୍ତି ।
ମହାମାରୀ କରୋନା ଦିନକୁ ଦିନ ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ୧୪୦୯ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ୪୫ଜଣଙ୍କର ମୃତ୍ୟୁ ହୋଇସାରିଛି । କରୋନା ସତର୍କତାକୁ ଦୃଷ୍ଟିରେ ରଖି ଦେଶର କିଛି ସ୍ଥାନରେ କର୍ଫ୍ୟୁ ଏବଂ ସମଗ୍ର ଦେଶ ଲକ୍ଡ଼ାଉନ ରହିଛି ।

Get real time updates directly on you device, subscribe now.