fbpx
BSKY
BJD MC SKY
BJD YOUTH SKY

Big Breaking: କୋଇଡ଼ାରେ ଡବଲ୍ ମର୍ଡର, ପୋଲିସ ନିକଟରେ ଆତ୍ମସମର୍ପଣ କଲା ଦୁର୍ବୃତ୍ତ

କୋଇଡ଼ା: ରାଜ୍ୟରେ ତଥା ଦେଶରେ ପ୍ରତିଦିନ ହତ୍ୟାକାଣ୍ଡ ଦେଖିବାକୁ ମିଳୁଥିବା ବେଳେ ଆଜି ଅନ୍ୟ ଏକ ବିଭତ୍ସ ହତ୍ୟା ଘଟଣା ସାମ୍ନାକୁ ଆସିଛି । କୋଇଡ଼ାରେ ଦୁଇଟି ମର୍ଡର ହୋଇଥିବା କଥା ସୂଚନା ମିଳିଛି । ଶନିବାର ଦିନ ଠାରୁ ମର୍ଡର ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, କେ.ବଲାଙ୍ଗ ଥାନା ଆମରୁଢି ଗାଁରେ ଡବଲ ମର୍ଡର ଘଟିଛି । ଗାଁରେ ଥିବା ନାଳ ନିକଟରୁ ଆଜି ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଦୁଇଜଣଙ୍କୁ ମାରିଥିବା ଦୁର୍ବୃତ୍ତ ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଶନିବାର ଦିନ ଏହି ହତ୍ୟାକାଣ୍ଡ ଘଟିଛି । ଦୁର୍ବୃତ୍ତ ହତ୍ୟା କରିବା ପରେ ମୃତଦେହକୁ ଲୁଚାଇ ରଖିଥିଲା । ଆଜି ସେ ନିଜେ ଥାନାକୁ ଆସି ଆତ୍ମସମର୍ପଣ କରିଛି । ପୂର୍ବ ଶତ୍ରୁତାର ହତ୍ୟାକାଣ୍ଡ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.