fbpx

କାହିଁକି ବସ୍ତ୍ରହରଣ ବେଳେ ଦୁଃଶାସନକୁ ପିଟିଥିଲେ ଦ୍ରୌପଦୀ

ଲକ୍-ଡାଉନ୍ ସମୟରେ ଏବେ ପୁରୁଣା ଟିଭି ଶୋ’ ଗୁଡିକ ଆରମ୍ଭ ହୋଇଯାଇଛି । ଡିଡି ଚ୍ୟାନଲରେ ମହାଭାରତ ଓ ରାମାୟଣ ପୁଣି ଥରେ ଲୋକେ ଦେଖୁଥିବା ବେଳେ ଷ୍ଟାରପ୍ଲସରେ ଲୋକପ୍ରିୟ ଶୋ ‘ମହାଭାରତ’ ପୁଣିଥରେ ଆରମ୍ଭ ହୋଇଯାଇଛି । ତେବେ ମହାଭାରତରେ ପୂଜା ଶର୍ମା ଦ୍ରୌପଦୀ ଭୂମିକାରେ ନଜର ଆସିଥିଲେ । ପୂଜା ଏକ ମିଡିଆ ଇଣ୍ଟରଭ୍ୟୁରେ କହିଥିଲେ ଯେ, ବସ୍ତ୍ରହରଣ ସୁଟିଂ ସମୟରେ ଦୁଃଶାସନ ଭୂମିକାରେ ଥିବା କଳାକାରଙ୍କୁ ସେ ଖୁବ୍ ପିଟିଥିଲେ । ଏହାର ମଜାଳିଆ କାରଣ କହିବାକୁ ଯାଇ ପୂଜା କହିଥିଲେ ଯେ, ଏହି ସିନରେ ଦୁଃଶାସନ ମୋତେ ମାରି ଘୋସାଡି ନେବାର ଥିଲା । ଏଥିରେ ବାଧା ଦେଇ ବାଘୁଣୀ ପରି ଜବାବ ଦେବାକୁ ମୋତେ କୁହାଯାଇଥିଲା । କିନ୍ତୁ ସୁଟି ବେଳେ ମୁଁ ନିଜ ରୋଲରେ ଏତେ ମଗ୍ନ ଥିଲି ଯେ ଦୁଃଶାସନ ଭୂମିକାରେ ଥିବା କଳାକାରକୁ ଖୁବ୍ ପିଟିଚାଲିଲି । ସେଟରେ ଥିବା ଲୋକ କହିବାକୁ ଲାଗିଲେ ଯେ, ଦ୍ରୌପଦୀ ହାତରେ ମାଡ ଖାଇଲା ଦୁଃଶାସନ ।’

Get real time updates directly on you device, subscribe now.