fbpx

ବହୁତ ଗରିବିରେ କଟିଥିଲା ରଶ୍ମୀ ଦେଶାଇଙ୍କ ପିଲାଦିନ,ଡ୍ୟାନ୍ସ କ୍ଲାସ ପାଇଁ ମା’ଙ୍କ ପାଖେ ନଥିଲା ୩୫୦ ଟଙ୍କା

ଟିଭି ଅଭିନେତ୍ରୀ ଓ ବିଗବସ-୧୩ ରେ ଅଂଶଗ୍ରହଣ କରିଥିବା ରଶ୍ମୀ ଦେଶାଇଁ ଟିଭି ଇଣ୍ଡଷ୍ଟ୍ରିରେ ବହୁତ ସୁନାମ  ରହିଛି । ବିଗବସ-୧୩ ରେ ଅଂଶଗ୍ରହଣ କରିବା ପୂର୍ବରୁ ସେ ବହୁତ ଧାରାବାହିକରେ ମଧ୍ୟ ଅଭିନୟ କରିସାରିଥିଲେ । ରଶ୍ମୀ ଦେଶାଇଁଙ୍କ ଧାରାବାହିକ “ଦିଲ୍ ସେ ଦିଲ୍ ତକ୍” ବହୁତ ଲୋକପ୍ରିୟ ହାସଲ କରିଥିଲା । ରଶ୍ମୀ ଦେଶାଇଁ ଆଜି ଇଣ୍ଡଷ୍ଟ୍ରିରେ ଜଣେ ଜଣା ଶୁଣା ଅଭିନେତ୍ରୀ ନାମରେ ପରିଚିତ କିନ୍ତୁ ଏତେ ବଡ଼ସ୍ଥାନକୁ ପହଁଚିବା ପାଇଁ ସେ ଜୀବନରେ ବହୁତ ସଂଘର୍ଷ କରିଛନ୍ତି । ଏହି ସଂଘର୍ଷ କଥା ସେ ବିଗବସରେ ଥିବା ସମୟରେ ଥରେ କହିଥିଲେ । କିଛିଦିନ ତଳେ ଅଭିନେତ୍ରୀ ‘ପିଙ୍କଭିଲା କଥାବାର୍ତ୍ତା’ ଧାରାବାହିକରେ ତାଙ୍କର ଜୀବନ ବିଷୟରେ କହିଥିଲେ ଯାହା ଆପଣ କେବେ ଜାଣିନଥିବେ । ସେ କହିଲେ ଯେ, ସେ କେବେହେଲେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ, ସେ ଏୟାର-ହଷ୍ଟେସ କିମ୍ବା କୋରିୟଗ୍ରାଫର ହେବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ଭାଗ୍ୟରେ ଅଭିନେତ୍ରୀ ହେବାକୁ ଥିଲା । ଛୋଟବେଳେ ସେ ତାଙ୍କ ମାଁ କୁ କହିଲେ ଯେ, ତାଙ୍କୁ ଡ୍ୟାନ୍ସ ଶିଖିବା ପାଇଁ ବହୁତ ଇଛା ଅଛି କିନ୍ତୁ ତାଙ୍କ ମାଁଙ୍କ ପାଖରେ ସେତେ ଟଙ୍କା ନଥିଲା ଯେ ସେ ଡ୍ୟାନ୍ସ କ୍ଲାସ ରେ ଭର୍ତ୍ତି ହୋଇପାରିବେ । ଡ୍ୟାନ୍ସ କ୍ଲାସ ରେ ଭର୍ତ୍ତି ହେଲେ ମାସକୁ ୩୫୦ ଟଙ୍କା ଦେଇପାରିବେନି ବୋଲି ତାଙ୍କ ମା କହିଥିଲେ।  ତାଙ୍କୁ ଘରେ ଚଳେଇବା ପାଇଁ ବହୁତ କଷ୍ଟ ହେଉଥିଲା । ତାପରେ ରଶ୍ମୀଙ୍କ ଜିଦିରେ ରଶ୍ମୀଙ୍କ ମା ମାସକୁ ଅଧା ଟଙ୍କା ଦେବେ ବୋଲି ଡ୍ୟାନ୍ସ ଶିକ୍ଷକଙ୍କୁ କହିବାରୁ ରଶ୍ମୀ ଡ୍ୟାନ୍ସ ଶିଖିଲେ । ରଶ୍ମୀ କହିଲେ ସେ ତାଙ୍କ ଜୀବନରେ ବହୁତ ସଂଘର୍ଷ କରି ଆଜି ଯେଉଁ ସଫଳତାରେ ପହଞ୍ଚିଛନ୍ତି ଏଥିରେ ତାଙ୍କ ମା’ଙ୍କର ଅନେକ ଅବଦାନ ବହୁତ  ରହିଛି ।

 

Get real time updates directly on you device, subscribe now.