fbpx

ଅଧିକରୁ ଅଧିକ ନମୁନା ପରୀକ୍ଷା ଉପରେ ଗୁରୁତ୍ୱ: ବାଗଚୀ

ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଅଧିକରୁ ଅଧିକ ନମୁନା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । କରୋନା ପାଇଁ ରଣନୀତି ଚାଲିଛି । କରୋନା ପାଇଁ ଲକଡାଉନ, ଚିହ୍ନଟ, ଆଇସୋଲେସନ ଜରୁରୀ । ଓଡ଼ିଶାରେ ୨ମାସ ତଳେ ଗୋଟିଏ ଲ୍ୟାବରେ ଟେଷ୍ଟିଂ କରାଯାଉଥିଲା । ସେହି ଲ୍ୟାବରେ ଦିନକୁ ୬୫ଟେଷ୍ଟିଂ କରାଯାଇପାରୁଥିଲା । କିନ୍ତୁ ଏବେ ୪ହଜାର୫୦୦ ଦିନକୁ ଟେଷ୍ଟିଂ କରାଯାଇପାରୁଛି । ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେବାକୁ ପଡ଼ିବ । ନମୁନା ପରୀକ୍ଷା ପ୍ରକ୍ରିୟା ବିଷୟରେ ବୁଝାଇ କହିଥିଲେ ଆଇଏଲଏସ ବୈଜ୍ଞାନିକ ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮୦୦୩ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି । ବର୍ତ୍ତମାନ ୨୬୨୩୫ଜଣ ସୁସ୍ଥ ହୋଇଥିବା ବେଳେ ୪୯୨୧୯ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ଘଣ୍ଟାରେ ଦେଶରେ ୩୭୨୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୪ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୮ଜଣ ସୁସ୍ଥ ହୋଇଛନ୍ତି ଓ ୩ଜଣଙ୍କର ମୃତ୍ୟୁ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ କରୋନାରେ ୪୬୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.