fbpx

ଗରିବଙ୍କ ପାଇଁ ରେଣ୍ଟାଲ ହାଉସିଂ ସ୍କିମ୍, ଉଠାଦୋକାନୀଙ୍କୁ ୧୦ହଜାର

ନୂଆଦିଲ୍ଲୀ, ୧୪ା୫: ଗରିବଙ୍କ ପାଇଁ ରେଣ୍ଟାଲ ହାଉସିଂ ସ୍କିମ୍ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କମ୍ ଦରରେ ଗରିବଙ୍କ ପାଇଁ ରେଣ୍ଟାଲ ହାଉସିଂ ସୁବିଧା ହୋଇଛି । ପିପିଇ ମୁଡ଼ରେ ଏହି ରେଣ୍ଟାଲ ହାଉସିଂ ସ୍କିମ୍ କରାଯିବ । ପ୍ରବାସୀ ଶ୍ରମିକଙ୍କୁ କମ୍ ଟଙ୍କାରେ ଘର ଭଡ଼ା ରହିବାକୁ ଯୋଗାଇ ଦିଆଯିବ ।
ଲକଡାଉନ ପରେ ବ୍ୟବସାୟ ଆରମ୍ଭ ପାଇଁ ଉଠା ଦୋକନୀଙ୍କୁ ଋଣ ମିଳିବ । ୫୦ଲକ୍ଷ ଉଠାଦୋକାନୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଋଣ ଯୋଗାଯିବ । ଋଣ ଯୋଗାଣ ବାବଦରେ କେନ୍ଦ୍ର ସରକାର ୫ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।
ସେହିପରି ମଧ୍ୟବିତ୍ତଙ୍କ ପାଇଁ ଗୃହ ଋଣ ଯୋଜନା ଆଉ ବର୍ଷକ ପାଇଁ ସଂପ୍ରସାରିତ ହୋଇଛି । ୨୦୨୧ ମାର୍ଚ୍ଚ ମଧ୍ୟରେ ମଧ୍ୟବିତ୍ତ ନେଇପାରିବ ଋଣ ସୁବିଧା । ବାର୍ଷିକ ଆୟ ୬ରୁ ୧୮ଲକ୍ଷ ଟଙ୍କା ମଧ୍ୟରେ ଥିଲେ ଏହି ସୁବିଧା ନେଇପାରିବେ । ୨.୫ଲକ୍ଷ ମଧ୍ୟବିତ୍ତ ପରିବାରଙ୍କୁ ୭୦ହଜାର କୋଟିର ଋଣ ମିଳିବ । ଏହି ଋଣରେ ରିହାତି ସୁବିଧା ମଧ୍ୟ ରହିଥିବା ନେଇ ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ । ପୂର୍ବରୁ ୩ବର୍ଷ ପାଇଁ ଏହି ଯୋଜନା ଚାଲଇ ମାର୍ଚ୍ଚରେ ବନ୍ଦ ହୋଇଥିଲା ।

Get real time updates directly on you device, subscribe now.