fbpx

କଥା କଥାରେ ରାଗୁଥିଲେ ଆପଣାନ୍ତୁ ଏହି ଉପାୟ

ଅଂହକାର ଓ କ୍ରୋଧ ହେଉଛି ମଣିଷର ସବୁଠାରୁ ବଡ ଶତ୍ରୁ । ଆମ ଚାରିପାଖରେ ଥିବା ନକାରାତ୍ମକ ଶକ୍ତି ଆମକୁ କ୍ରୋଧିତ କିମ୍ବା ଅହଂକାର କରିବାକୁ ପ୍ରେରିତ କରିଥାଏ । ଏହି ନକାରାତ୍ମକ ଶକ୍ତି ମଧ୍ୟ ଆମ ଭିତରେ ମାନସିକ ବିକୃତି ସୃଷ୍ଟି କରେ । ବାସ୍ତୁଶାସ୍ତ୍ରରେ ଏପରି କିଛି ପଦକ୍ଷେପ ଉଲ୍ଲେଖ କରାଯାଇଛି, ଯାହାକୁ ଗ୍ରହଣ କରି ଆମେ କ୍ରୋଧ ଏବଂ ଅହଂକାରଠାରୁ ଦୂରରେ ରହିପାରିବା । ଆସନ୍ତୁ ସେହି ବିଷୟରେ ଜାଣିବା..

ସକାଳେ ଉଠି ପୃଥିବୀ ମାତାକୁ ପ୍ରଣାମ କର । ମଇଳା ସବୁବେଳେ କ୍ରୋଧ ସୃଷ୍ଟି କରେ । ଏପରି ପରିସ୍ଥିତିରେ ଆପଣ ନିଜ ଘରକୁ ସବୁବେଳେ ପରିଷ୍କାର ରଖିବାକୁ ଚେଷ୍ଟା କର। ପ୍ରତିଦିନ କିଛି ସମୟ ପାଇଁ ଚୁପ୍ ରହିବାକୁ ଚେଷ୍ଟା କର । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ, ଯାହାଦ୍ଵାରା ଆପଣ ସ୍ୱାସ୍ଥ୍ୟକୁ ଲାଭ ମିଳିବା ସହିତ ଆପଣଙ୍କ କ୍ରୋଧି ଶାନ୍ତ ହେବ । ଘରେ ସକାଳ ଏବଂ ସନ୍ଧ୍ୟା ସମୟରେ ପୂର୍ବ ଦିଗରେ ଦୀପ ଜାଳିବା ଦ୍ଵାରା କ୍ରୋଧ ଏବଂ ଅହଂକାରକୁ ସମାପ୍ତ ହୋଇଥାଏ । ଯେଉଁଠାରେ ମହିଳା କଷ୍ଟରେ ରହିଥାନ୍ତି, ସେଠାରେ କେବେବି ସୁଖ ଆସିପାରିନ ଥାଏ । ଏପରି ପରିସ୍ଥିତିରେ, ସମସ୍ତଙ୍କୁ ଘରେ ଖୁସି ରଖିବାକୁ ଚେଷ୍ଟା କରନ୍ତୁ । ରୂପା ଗ୍ଲାସରେ ପାଣି ଏବଂ କ୍ଷୀର ପିଅନ୍ତୁ । ହନୁମାନଙ୍କୁ ପୂଜା କରିବା ସହ ପ୍ରତିଦିନ ହନୁମାନ ଚଲିସା ପଢନ୍ତୁ । ଘରେ ଏକ ତୁଳସୀ ଗଛ ଲଗାନ୍ତୁ । ନାଲି ରଙ୍ଗ ବ୍ୟବହାର କରନ୍ତୁ ନାହିଁ । ମଙ୍ଗଳବାର ଦିନ ବେସନ ଓ ମସଲା ଦାନ କରିବା ଦ୍ୱାରା କ୍ରୋଧ ବନ୍ଦ ହୋଇଯାଏ । ବୟସ୍କ ଲୋକମାନଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ କରନ୍ତୁ । ଘରେ କିମ୍ବା କମ୍ପାନୀରେ ସୁଗନ୍ଧିତ ଜିନିଷ ବ୍ୟବହାର କରନ୍ତୁ, ଯାହାଦ୍ଵାରା ଚାପରୁ ମୁକ୍ତି ମିଳିବା ସହ ସକରାତ୍ମକତା ଭାବନା ଜାତ ହୁଏ ।

Get real time updates directly on you device, subscribe now.