fbpx

ପିପିଇ କିଟ୍ ପିନ୍ଧି ଚାଲିଛି ଚୁଟି କଟା

କରୋନା ଭାଇରସ୍ ଯୋଗୁଁ ଦୈନନ୍ଦିନ ଜୀବନରେ ବିଶେଷ ପ୍ରଭାବ ପଡିଛି । କୁହାଯାଉଛି ଯେ, କୋଭିଡ-୧୯ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ ଯେପର୍ଯ୍ୟନ୍ତ ଟୀକା ବା ଔଷଧ ନ ବାହାରିଛି । ଏବେ ଲୋକମାନେ କରୋନା ସହ ବଞ୍ଚିବାକୁ ଚେଷ୍ଟା ଚଳାଇଛନ୍ତି । ଗୁଜୁରାଟ ନୋଡିୟାଡରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏକ ସେଲୁନର କର୍ମଚାରୀମାନେ ପିପିଇ କିଟ୍ ପିନ୍ଧି ଲୋକଙ୍କ ଚୁଟି କାଟିବା ସହ ସେଭ୍ କରୁଛନ୍ତି । ସେହି ଅଞ୍ଚଳକୁ ଅରେଞ୍ଜ ଜୋନରେ ରଖିବା କାରଣରୁ ସେଲୁନ ଖୋଲିବାକୁ ଅନୁମତି ମିଳିଛି । ଏଥିପାଇଁ ସେଲୁନର ମାଲିକ ଏଠାକୁ ଆସୁଥିବା ଲୋକ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ପିପିଇ କିଟ୍ ପିନ୍ଧି ଡାକ୍ତର, ନର୍ସ ଲୋକଙ୍କ ସେବା କରୁଥିବା ବେଳେ ସେଲୁନରେ ମଧ୍ୟ ଲୋକଙ୍କ ସୁରକ୍ଷା ପାଇଁ ଏଭଳି ବ୍ୟବସ୍ଥା ହୋଇଛି । ଆସୁଥିବା ଲୋକଙ୍କୁ ପ୍ରଥମେ ସାନିଟାଇଜ୍ କରିବା ପରେ ସେମାନଙ୍କ ଚୁଟି କଟାଯାଉଛି ।

Get real time updates directly on you device, subscribe now.