fbpx

ୱାନ ନେସନ ୱାନ ରାସନକାର୍ଡ଼ ଯୋଜନାର ଘୋଷଣା, ରାସନକାର୍ଡ଼ ନଥିବା ପ୍ରୀବାସୀ ଶ୍ରମିକଙ୍କୁ ମଧ୍ୟ ଦିଆଯିବ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ, ୧୪ା୫(ଓଡ଼ିଶା ଭାସ୍କର): ଆର୍ଥିକ ପ୍ୟାକେଜକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ମନରୋଗା ସହାୟତା ଦିଆଯିବ । ମନରୋଗା ଯୋଜନାରେ ମଜୁରି ୧୮୨ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି ହୋଇଛି । ଆଗାମୀ ଦୁଇ ମାସ ଯାଏଁ ଦେଶର ସବୁ ପ୍ରବାସୀ ଶ୍ରମିକଙ୍କୁ ମାଗଣା ଖାଦ୍ୟଶସ୍ୟ ମିଳିବ । ୮କୋଟି ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ । ରାସନକାର୍ଡ଼ ନଥିବା ପ୍ରୀବାସୀ ଶ୍ରମିକଙ୍କୁ ମଧ୍ୟ ଖାଦ୍ୟଶସ୍ୟ ଦିଆଯିବ । ରାସନକାର୍ଡ଼ ନଥିବା ଶ୍ରମିକଙ୍କୁ ୫କେଜି ଖାଦ୍ୟଶସ୍ୟ ଦିଆଯିବ । ରାସନକାର୍ଡ଼ ନଥିଲେ ବି ମୁଣ୍ଡପିଛା ୧କେଜି ଡାଲି ଦିଆଯିବ । ମାଗଣା ଖାଦ୍ୟଶସ୍ୟର ଖର୍ଚ୍ଚ ସମ୍ପୂର୍ଣ୍ଣ କେନ୍ଦ୍ର ସରକାର ଭରଣା କରିବେ । ଜୁଲାଇ ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଦିଆଯିବ । ୱାନ ନେସନ ୱାନ ରାସନକାର୍ଡ଼ ଯୋଜନାର ଘୋଷଣା କରାଯାଇଛି । ଚଳିତବର୍ଷ ଅଗଷ୍ଟର ୱାନ ନେସନ ୱାନ ରାସନକାର୍ଡ଼ ଲାଗୁ ହେବ ।ଏହି ରାସନକାର୍ଡ଼ ସବୁ ରାଜ୍ୟରେ ମାନ୍ୟ ହେବ ।
ଏହାସହ ପ୍ରବାସୀ ଶ୍ରମିକଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ପ୍ରବାସୀ ଶ୍ରମିକଙ୍କୁ ମନରୋଗା ଜରିଆରେ କର୍ମନିଯୁକ୍ତି ଦିଆଯାଉଛି । ପ୍ରବାସୀ ଶ୍ରମିକଙ୍କୁ କାମ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି । ବେରୋଜଗାର ହୋଇଥିବା ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯିବ । ଶ୍ରମ ନିୟମରେ ସୁଧାର ପାଇଁ ପ୍ରକ୍ରିୟା ଜାରି ରହିଛି । ପ୍ରତିବର୍ଷ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା ନିହାତି କରାଯିବ । ବିପଦପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ଇଏସଆଇ ଜରୁରୀ ବୋଲି ସେ କହିଛନ୍ତି । ୧୦ରୁ କମ୍ କର୍ମଚାରୀ ଥିବା କମ୍ପାନୀରେ ଇଏସଆଇସି ସୁବିଧା ମିଳିବ ।

Get real time updates directly on you device, subscribe now.