fbpx

କୃଷକଙ୍କ ପାଇଁ ଖୁସି ଖବର: କୃଷି କ୍ଷେତ୍ର ପାଇଁ ୮୬,୬୦୦କୋଟିର ଋଣ

ନୂଆଦିଲ୍ଲୀ, ୧୪ା୫: ଆର୍ଥିକ ପ୍ୟାକେଜକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଚାଷୀ, ଷ୍ଟ୍ରିଟ ଭେଣ୍ଡରଙ୍କୁ ନେଇ ଘୋଷଣା ହୋଇଛି । ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ପ୍ୟାକେଜ ଘୋଷଣା କରିଛନ୍ତି । ୩କୋଟି ଚାଷୀଙ୍କୁ ଶସ୍ତାରେ ୪ଲକ୍ଷ କୋଟି ଟଙ୍କାର ଋଣ ଦିଆଯାଇଛି ବୋଲି ସୀତାରମଣ କହିଛନ୍ତି । ୨୫ଲକ୍ଷ ନୂଆ ଚାଷୀଙ୍କୁ କିଷାନ କ୍ରେଡ଼ିଟ କାର୍ଡ଼ ଦିଆଯାଇଛି । କିସାନ କ୍ରେଡ଼ିଟ କାର୍ଡ଼ରେ ୨୫ହଜାର କୋଟିର ଋଣ ବ୍ୟବସ୍ଥା ହୋଇଛି । କୃଷି ଋଣ ପରିଶୋଧ ଅବଧି ମେ ୩୧କୁ ବୃଦ୍ଧି କରାଯାଇଛି । ମାର୍ଚ୍ଚ ଓ ଏପ୍ରିଲରେ ୬୩ଲକ୍ଷ ଚାଷୀଙ୍କୁ ଋଣ ମିଳିଛି । ୬୩ଲକ୍ଷ ଚାଷୀଙ୍କୁ ୮୬ହଜାର ୬୦୦କୋଟି ଟଙ୍କାର ଋଣ ମିଳିଛି । ଚାଷୀଙ୍କ ପାଇଁ ପିଏମ କିଷାନ ସମ୍ମାନ ନିଧି ଯୋଜନା କରାଯାଇଛି । ନାବାର୍ଡ଼ ଜରିଆରେ ଚାଷୀଙ୍କ ପାଇଁ ୩୦ହଜାର କୋଟିର ଫଣ୍ଡ କରାଯାଇଛି । ରବି ଫସଲ ପାଇଁ ଚାଷୀଙ୍କୁ ଏହି ଫଣ୍ଡରୁ ଋଣ ଦିଆଯିବ । ୩କୋଟି ଚାଷୀଙ୍କୁ ଏଥିରୁ ସୁବିଧା ମିଳିବ । ପ୍ରବାସୀ ଶ୍ରମିକଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ସହରାଞ୍ଚଳରେ ଥିବା ଗରିବଙ୍କୁ ୧୧ହଜାର କୋଟିର ସହାୟତା ଦିଆଯାଉଛି । ଏମଏସଏମଇ ପ୍ୟାକେଜରେ ଗରିବ ଶ୍ରମିକଙ୍କୁ ବି ସୁବିଧା ମିଳିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.