fbpx

କଂଗ୍ରେସ ବିଧାୟକଙ୍କ ଗାଡିରୁ ମିଳିଲା ମଦ ବୋତଲ

ବିହାରର ବକ୍ସର ସଦରର କଂଗ୍ରେସ ବିଧାୟକ ସଞ୍ଜୟ ତିୱାରୀ ଛଦ୍ମନାମ ମୁନ୍ନା ତିୱାରୀଙ୍କ ଗାଡିରୁ ମତ ବୋତଲ ଜବତ କରିଛି ପୋଲିସ । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହାକୁ ନେଇ ରାଜନୀତି ଝଡ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଗାହିରେ ୮ ବୋତଲ ବିଦେଶୀ ମଦ ବୋତଲ ସହିତ ୪ ଜଣଙ୍କୁ ଧରିଛି ପୋଲିସ । ଏନେଇ ତଦନ୍ତ ଚାଲିଥିବା ବେଳେ ବିଧାୟକ ତିୱାରୀ କହିଛନ୍ତି ଯେ, ଗାଡିରେ କଣ ଚାଲିଛି ଓ ମଦ ବୋତଲ କେଉଁଠୁ ଆସିଲା, ମୁଁ ଜାଣିନାହିଁ । ତେବେ ବିହାରରେ ମଦ କିଣିବା ଓ ବିକ୍ରି କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ପୂର୍ବରୁ ମଧ୍ୟ ବହୁବାର ଏପରି କିଛି ଘଟଣା ସମାନାକୁ ଆସିଥିଲା ।

ବକ୍ସର କଂଗ୍ରେସ ବିଧାୟକଙ୍କ ଗାଡିରୁ ଉଦ୍ଧାର ହୋଇଥିବା ବିଦେଶୀ ମଦ ମାମଲାରେ ଜେଡିୟୁ ନେତା ନିଖିଲ ମଣ୍ଡଳ କହିଛନ୍ତି ଯେ ବିହାରରେ ଏକ ଭଲ ଶାସନ ଅଛି। ତେଣୁ କଂଗ୍ରେସ ବିଧାୟକ ସମସ୍ତ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେବା ଉଚିତ୍।

Get real time updates directly on you device, subscribe now.