fbpx
BJD SKY
BJD SKY

(Video)ରାଷ୍ଟ୍ରପତି ଭବନ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ: ବିଦାୟୀ ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ କଲେ ସ୍ୱାଗତ

BJD

ନୂଆଦିଲ୍ଲୀ: ଭାରତର ଇତିହାସରେ ଯୋଡିହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ଆଉ ମାତ୍ର କିଛି ଘଣ୍ଟାର ପ୍ରତୀକ୍ଷେ । ଭାରତ ଗଣରାଜ୍ୟର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ଶପଥ ଗ୍ରହଣ ପାଇଁ ସଂସଦର ସେଣ୍ଟ୍ରାଲ ହଲ ପ୍ରସ୍ତୁତ ହୋଇ ରହିଛି । ପୂର୍ବାହ୍ନ ୧୦ଟା ୧୪ରେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍ ଏନ. ଭି. ରମନ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଶପଥଗ୍ରହଣ ଉତ୍ସବରେ ଦେଶର ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବେ ।

ଏହାି ମଧ୍ୟରେ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଧି ଅନୁସାରେ, ଦ୍ରୌପଦୀଙ୍କୁ ସ୍ୱାଗତ କରିଛନ୍ତି ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

Get real time updates directly on you device, subscribe now.