fbpx

(Video)ସମୁଦ୍ର ମଝିରେ ପୁଣି ଜଳିଗଲା ଏକ ମାଛଧରା ଟ୍ରଲର: ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ

ପାରାଦୀପ(ଓଡ଼ିଶା ଭାସ୍କର): ଚିଲିକା ମୁହାଣ ନିକଟ ସମୁଦ୍ରରେ ଜଳିଗଲା ମାଛଧରା ବୋଟ ‘ଭାଗିଦାରୀ-୩’। ରବିବାର ଅପରାହ୍ନରେ ମଝି ସମୁଦ୍ରରେ ଏକ ମାଛଧରା ଟ୍ରଲରରେ ନିଆଁ ଲାଗିଯାଇଥିବା ଜଣାପଡିଛି । କୂଳଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛିା ବୋଟରେ ୯ ଜଣ ମତ୍ସ୍ୟଜୀବୀ ଥିଲେ । ଟ୍ରଲରଟି ହୁତୁହୁତୁ ହୋଇ ଜଳିବାରୁ ସେଥିରେ ଥିବା ୯ଜଣ ମତ୍ସଜୀବୀ ଜୀବନ ବଞ୍ଚାଇବାକୁ ଯାଇ ପାଣିକୁ ଡେଇଁ ପଡ଼ିଥିଲେ ।

ତେବେ ସମୁଦ୍ରରେ ମାଛ ଧରୁଥିବା ଅନ୍ୟ ବୋଟଗୁଡିକ ସେଠାରେ ପହଞ୍ଚି ଉଦ୍ଧାର କରିଥିଲେ। ଇଞ୍ଜିନରେ ଥିବା ଟର୍ବୋ ସ୍ପାର୍କିଂରୁ ନିଆଁ ଲାଗି ଏଭଳି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି । ଆଜି ଏହି ମତ୍ସ୍ୟଜୀବୀ ପାରାଦୀପ ମାଛଧରା ବନ୍ଦରରେ ପହଞ୍ଚିବେ । ଶନିବାର କୋଣାର୍କ ନିକଟରେ ଏକ ମାଛଧରା ଟ୍ରଲରରେ ନିଆଁ ଲାଗିଯାଇଥିଲା । ଏହି ଅଘଟଣର ୨୪ ଘଂଟା ନପୁରୁଣୁ ପୁଣି ଘଟଣାର ପୁନରାବୃତ୍ତି ହୋଇଛି ।

ଗତକାଲି ଚନ୍ଦ୍ରଭାଗା ନିକଟ ସମୁଦ୍ରରେ ଏହିପରି ଆଉ ଏକ ଅଘଟଣ ଘଟିଥିଲା। ଶ୍ରୀ ଲକ୍ଷ୍ମୀନାରାୟଣ ନାମକ ବୋଟର ସାଇଲେନ୍ସର ଫାଟି ଅଗ୍ନିକାଣ୍ଡ ଘଟିବାରୁ ବୋଟଟି ସମୁଦ୍ରରେ ହୁ ହୁ ହୋଇ ଜଳିଥିଲା। ସେଥିରେ ଥିବା ୮ ଜଣ କର୍ମଚାରୀ ଉଦ୍ଧାର ହୋଇଥିଲେ। ଦୁଇଟି ଯାକ ବୋଟ ୪ ଦିନ ତଳେ ପାରାଦୀପରୁ ମାଛ ଧରି ବାହାରିଥିଲେ।

Get real time updates directly on you device, subscribe now.