Breaking: ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ତ୍ରିବେଣୀରେ ବୁଡ଼ ପକାଇଲେ ଦ୍ରୌପଦୀ ମୁର୍ମୁ

ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରୟାଗରାଜରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ୮ ଘଣ୍ଟାର କାର୍ଯ୍ୟକ୍ରମ ରହିଛି।

ପ୍ରୟାଗରାଜ: ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ମହାମହିମ। ପ୍ରୟାଗରାଜର ମହାକୁମ୍ଭରେ ସକାଳୁ ସକାଳୁ ବୁଡ଼ ପକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ଦେଇଛନ୍ତି।

ଏହାସହ ବୁଡ଼ ପକାଇବା ପରେ ରାଷ୍ଟ୍ରପତି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି। ତା ସହ ପ୍ରୟାଗରାଜରେ ୮ ଘଣ୍ଟାର ପୂଜାର୍ଚ୍ଚନା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କୁ ଏୟାରପୋର୍ଟରୁ ସ୍ୱତନ୍ତ୍ର ଭାବରେ ସ୍ୱାଗତ ଜଣାଇ ପ୍ରୟାଗରାଜ ପାଛୋଟି ନେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।

ରାଷ୍ଟ୍ରପତି ତ୍ରିବେଣୀରେ ପକ୍ଷୀମାନଙ୍କୁ ମଧ୍ୟ ଖାଇବାକୁ ଦେଇଛନ୍ତି।  ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ତ୍ରିବେଣୀରେ ବୁଡ଼ ପକାଇଛନ୍ତି। ଏବଂ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଆଉ ଆଜି ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ମହାକୁମ୍ଭରେ ବୁଡ଼ ପକାଇ ଇତିହାସ ରଚିଛନ୍ତି ଦ୍ରୌପଦୀ।