fbpx

ସୋମବାର ରାଷ୍ଟ୍ରପତି ପଦର ଶପଥ ନେବେ ଦ୍ରୌପଦୀ ମୁର୍ମୁ, ଦିଆଯିବ ୨୧ ତୋପୋ ସଲାମୀ, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଶପଥ ନେବେ। ଏହି ଉପଲକ୍ଷେ ତାଙ୍କୁ ୨୧ ତୋପୋ ସଲାମୀ ଦିଆଯିବ। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଅନୁଯାୟୀ ଆସନ୍ତାକାଲି ସକାଳ ପ୍ରାୟ ୧୦ଟା ୧୫ରେ ସଂସଦର ସେଣ୍ଟ୍ରାଲ ହଲରେ ଶପଥ ସମାରୋହ ଆୟୋଜିତ ହେବ। ପ୍ରଧାନ ବିଚାରପତି ଏନଭି ରମଣା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦର ଶପଥ ପାଠ କରାଇବେ। ଏହା ପରେ ୨୧ ତୋପୋ ସଲାମୀ ଦିଆଯିବ।

ସମାରୋହ ପୂର୍ବରୁ ବର୍ତ୍ତମାନର ରାଷ୍ଟ୍ରପତି ଏବଂ ନବ ନିର୍ବାଚିତ ରାଷ୍ଟ୍ରପତି ସଂସଦ ପହଞ୍ଚିବେ। ସମାରୋହରେ ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ମନ୍ତ୍ରି ପରିଷଦର ସଦସ୍ୟ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ସରକାରଙ୍କ ଅଣ ସାମରିକଏ ଏବଂ ସାମରିକ ବିଭାଗର ଅଧିକାରୀ ଯୋଗ ଦେବେ।

ଦିଆଯିବ ଇଣ୍ଟର ସର୍ଭିସ୍ ଗାଡ୍ ଅଫ ଅର୍ନର

ସଂସଦର ସେଣ୍ଟ୍ରାଲ ହଲରେ ସମାରୋହ ସମାପନ ପରେ ରାଷ୍ଟ୍ରପତି ରାଷ୍ଟ୍ରପତି ଭବନ ଅଭିମୁଖେ ଯିବେ। ଏଠାରେ ତାଙ୍କୁ ଇଣ୍ଟର ସର୍ଭିସ୍ ଗାଡ୍ ଅଫ ଅର୍ନର ଦିଆଯିବ ଏବଂ କାର‌୍ୟ୍ୟକାଳ ସରୁଥିବା ରାଷ୍ଟ୍ରପତିଙ୍କୁ ସମ୍ମାନିତ କରାଯିବ। ମୁର୍ମୁ ଗୁରୁବାର ମିଳିତ ବିରୋଧୀ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ ପରାସ୍ତ କରି ଇତିହାସ ରଚିଛନ୍ତି।

ମୁର୍ମୁ ବିଧାୟକ ଏବଂ ସାଂସଦଙ୍କ ୬୪ ପ୍ରତିଶତରୁ ଅଧିକ ଭୋଟ୍ ହାସଲ କରି ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେ ଦେଶର ୧୫ତମ ରାଷ୍ଟ୍ରପତି ହିସାବରେ ସୋମବାର ଶପଥ ନେବାକୁ ଯାଉଛନ୍ତି। ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବାରେ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେବେ। ମୁର୍ମୁ ଏମିତି ପ୍ରଥମ ରାଷ୍ଟ୍ରପତି ହେବେ, ଯିଏ ସ୍ଵାଧୀନତା ପରେ ଦେଶରେ ଜନ୍ମ ଗ୍ରହଣ କରିଛନ୍ତି। ସବୁଠୁ ଯୁବ ରାଷ୍ଟ୍ରପତି ହେବାର ରେକର୍ଡ ତାଙ୍କ

 

Get real time updates directly on you device, subscribe now.