fbpx
BJD SKY
BJD SKY

ପିଚ୍‌ କ୍ୟୁରେଟରଙ୍କୁ ୩୫ ହଜାର ଟଙ୍କା ପୁରସ୍କାର ଦେଲେ ଦ୍ରାବିଡ

BJD

କାନପୁର: ଏଠାରେ ଅନୁଷ୍ଠିତ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ ବିନା ଫଇସଲାରେ ସମାପ୍ତ ହୋଇ ଥିଲେ ହେଁ ସ୍ଥାନୀୟ ଗ୍ରିନ୍‌ ପାର୍କ ଷ୍ଟାଡିୟମ ପିଚ କ୍ୟୁରେଟର ଶିବ କୁମାରଙ୍କୁ ୩୫,୦୦୦ ଟଙ୍କାର ପୁରସ୍କାର ଦେଲେ ଭାରତୀୟ କ୍ରିକେଟ ଦଳର ମୁଖ୍ୟକୋଚ ରାହୁଲ ଦ୍ରାବିଡ । ସେହିରି ଷ୍ଟାଡିୟମର ଗ୍ରାଉଣ୍ଡ ଷ୍ଟାଫଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଦେଇଛନନ୍ତି । ମୁଖ୍ୟ କଥା ହେଲା ଯେ ଏହି ମ୍ୟାଚ ପାଇଁ ଏକ ସ୍ପୋର୍ଟିଂ ପିଚ ପ୍ରସ୍ତୁତ କରା ଯାଇଥିବାରୁ କୋଚ ଦ୍ରାବିଡ ଅତ୍ୟନ୍ତ ଖୁସ୍‌ । ଦ୍ରାବିଡ କହିଛନ୍ତି ପଞ୍ଚମ ଦିନ ଖେଳରେ ନ୍ୟୁଜିଲାଣ୍ଡ ଲଗାତର ୱିକେଟ ହରାଇ ଥିଲେ ଭଲ ପିଚ ଯୋଗୁ ରଚିନ ରବିନ୍ଦ୍ର ଅତି ଧୈର୍ଯ୍ୟର ସହିତ ବ୍ୟାଟିଂ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରକ୍ଷା କରି ଖେଳିବାରୁ ମ୍ୟାଚ ଡ୍ର ରଖିବା ସହିତ ନ୍ୟୁଜିଲାଣ୍ଡକୁ ପରାଜୟରୁ ରକ୍ଷା କରିଦେଲେ । ସେହିରି ଭାରତୀୟ ଦଳର ଯୁବ ଖେଳାଳି ମାନେ ଭଲ ପ୍ରଦର୍ଶନ କଲେ ବୋଲି କହିଛନ୍ତି କୋଚ ରାହୁଲ ଦ୍ରାବିଡ ।

Get real time updates directly on you device, subscribe now.