fbpx

ଆର୍ୟା-୨’ ଟ୍ରେଲର ରିଲିଜ୍‌, ଦମଦାର ଅନ୍ଦାଜରେ ନଜର ଆସିଲେ ସୁସ୍ମିତା ସେନ୍

ମୁମ୍ବାଇ : ସୁସ୍ମିତା ସେନଙ୍କ ୱେବ ସିରିଜ ‘ଆର୍ୟା ’ର ସିଜନ-୨ ର ଟ୍ରେଲର ରିଲିଜ ହୋଇଛି । ପ୍ରଥମ ସିରିଜକୁ ଜବରଦସ୍ତ ସଫଳତା ମିଳିବ ପରେ ଦ୍ୱିତୀୟ ସିଜନ ହୋଇଥିଲା । ଦ୍ୱିତୀୟ ସିଜନ ଟ୍ରେଲରରେ ମଧ୍ୟ ସୁସ୍ମିତାଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି । ଟ୍ରେଲର ଦେଖିବା ପରେ ପ୍ରଶଂସକ ଦ୍ୱିତୀୟ ସିଜନକୁ ଅପେକ୍ଷା କରିଛନ୍ତି ।

ଦ୍ୱିତୀୟ ସିଜନରେ ସୁସ୍ମିତାଙ୍କ ଭିନ୍ନ ଏକ ଅନ୍ଦାଜ ଦେଖିବାକୁ ମିଳିଛି । ‘ଆର୍ୟା-୨’ର ଟ୍ରେଲର ରିଲିଜ ହେବାପରେ ପ୍ରଶଂସକ ବି କହିଛନ୍ତି ଯେ ବାଘୁଣୀ ଫେରି ଆସିଛି । ସିରିଜ ଡିସେମ୍ବର ୧୦ ରେ ଦେଖିବାକୁ ମିଳିବ । ‘ଆର୍ୟା-୨’ ର ଟ୍ରେଲର ରିଲିଜ ହେବା କ୍ଷଣି ସୋସିଆଲ ମିଡ଼ିଆରେ ଛାଇଗଲା । ଟ୍ରେଲର ଦେଖି ପ୍ରଶଂସକ ରୋମାଞ୍ଚିତ ହୋଇଛନ୍ତି । ଦ୍ୱିତୀୟ ସିଜନରେ ସୁସ୍ମିତା ସେନ ପ୍ରଥମ ସିଜନ ଠାରୁ ଅଧିକ ଦମଦାର ଅନ୍ଦାଜରେ ନଜର ଆସିଛନ୍ତି ।

ସୁସ୍ମିତା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟ୍ରେଲର ସେୟାର କରିଛନ୍ତି ଓ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କ୍ୟାପ୍ସନ ଲେଖିଛନ୍ତି, “ଆପଣମାନଙ୍କ ଧାର୍ଯ୍ୟ ପାଇଁ ଧନ୍ୟବାଦ । ଆର୍ୟା ପୁଣି ଆସିଥିବାରୁ ମୁଁ ବହୁତ ଖୁସି । ଏହି ସିଜନରେ ତାର ଦୁର୍ବଳତା ହିଁ ତାର ସବୁଠାରୁ ବଡ ଶକ୍ତି ହେବ । ବାଘୁଣୀ ଆସୁଛି । ସବୁ ଏପିସୋଡ ଡିସେମ୍ବର ୧୦ ରେ ଷ୍ଟ୍ରିମ କରାଯିବ ।”ପ୍ରଶଂସକଙ୍କୁ ମଧ୍ୟ ‘ଆର୍ୟା-୨’ ଟ୍ରେଲର ବହୁତ ପସନ୍ଦ ଆସିଛି । ଆର‌୍ୟା ଯେଉଁ ମୋଡ଼ରେ ଶେଷ ହୋଇଥିଲା, ତାପରେ ଦର୍ଶକ ସିଜନକୁ ଅପେକ୍ଷା କରିଥିଲେ ।

ସୂଚନାଯୋଗ୍ୟ ଯେ, ୱେବ ସିରିଜ ଆର‌୍ୟାକୁ ଚଳିତ ବର୍ଷ ଇଣ୍ଟରନ୍ୟାଶନାଲ ଏମ୍ମି ଆୱାର୍ଡରେ ଶ୍ରେଷ୍ଠ ଡ୍ରାମା କ୍ୟାଟେଗରୀରେ ନୋମିନେଟ ହୋଇଥିଲା । ଏହି ସିରିଜରେ ସୁସ୍ମିତା ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିଥିଲେ । ନିର୍ଦ୍ଦେଶକ ରାମ ମାଧବାନି ମଧ୍ୟ ଏହି ସିରିଜ ମଧ୍ୟରେ ଡେବ୍ୟୁ କରିଥିଲେ ।

Get real time updates directly on you device, subscribe now.