fbpx
BSKY SKY
BSKY SKY

ଚାନ୍ଦିପୁର DRDO ତଥ୍ୟ ଲିକ୍ ମାମଲା: CIDକୁ ମିଳିଲା ସାଙ୍ଘାତିକ ତଥ୍ୟ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ସାମନାକୁ ଆସିଛି ସାଙ୍ଘାତିକ ତଥ୍ୟ । ଓଡ଼ିଶା ପରେ ରାଜସ୍ଥାନରେ ମଧ୍ୟ ରହସ୍ୟମୟୀଙ୍କ ହନିଟ୍ରାପ ବିଷୟରେ ସୂଚନା ମିଳିଛି । ରାଜସ୍ଥାନ ଯୋଧପୁର ମିଲିଟାରି ଇଞ୍ଜିନିୟରିଂ ସର୍ଭିସର କର୍ମଚାରୀଙ୍କୁ ହନିଟ୍ରାପ କରାଯାଇଥିବା ସୂଚନା ସିଆଇଡିକୁ ମିଳିଛି । ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ରାଜସ୍ଥାନ ସିଆଇଡି ଯୋଗାଯୋଗ କରିଥିବାର ସୂଚନା ଜଣାପଡ଼ିଛି ।

ସୂଚନା ମୁତାବକ, ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ହନିଟ୍ରାପ ଜାଲରେ ଫସାଯାଇଛି । ତେବେ ଏହି ହନିଟ୍ରାପ ଗତ ୧୫ ତାରିଖରେ କରାଯାଇଥିବା ନେଇ ସିଆଇଡିକୁ ମିଳିଛି ସୂଚନା । ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ରାଜସ୍ଥାନ ସିଆଇଡି ଯୋଗାଯୋଗ କରିଛି । ଓଡ଼ିଶାରୁ ଗିରଫ ଅଭିଯୁକ୍ତଙ୍କ ଟଙ୍କା ନେଣଦେଣ ନେଇ ରିପୋର୍ଟ ମଧ୍ୟ ହସ୍ତଗତ ହୋଇଛି । ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ଏଜେନ୍ସିରୁ ୨୪ ହଜାର ଟଙ୍କା ଟ୍ରାଞ୍ଜାକ୍ସନ କରାଯାଇଛି । । ତେବେ ଅବଶିଷ୍ଟ ୧୪ ହଜାର ଟଙ୍କାର ଟ୍ରାଞ୍ଜାକ୍ସନ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ୨ ଜଣ ଅଭିଯୁକ୍ତଙ୍କୁ ଉକ୍ତ ରହସ୍ୟମୟୀ ବିବାହ ପ୍ରସ୍ତାବ ଦେଇଥିବା ନେଇ ପୂର୍ବରୁ କ୍ରାଇମବ୍ରାଞ୍ଚ ଖୁଲାସା କରିଥିଲା । ମହିଳା ଜଣଙ୍କ ୭ଟି ଅଲଗା ଅଲଗା ଆକାଉଣ୍ଟ ଖୋଲି ଅଭିଯୁକ୍ତଙ୍କ ସହ ଯୋଗାଯୋଗ ରକ୍ଷା କରିବା ସହ ଭିନ୍ନ ଭିନ୍ନ ପରିଚୟପତ୍ର ବ୍ୟବହାର କରୁଥିଲେ । ଗତ ମାସରେ ଏହି ମାମଲାରେ ୫ ଜଣଙ୍କୁ ବାଲେଶ୍ୱର ପୋଲିସ ଗିରଫ କରିଥିଲା ।

Get real time updates directly on you device, subscribe now.