fbpx

ଅଧିକ ସମୟ ବଞ୍ଚିରହିବାକୁ ଚାହୁଁଥିଲେ ଏହି ଖାଦ୍ୟ ଖାଆନ୍ତୁ, ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ଜର୍ନାଲ ସର୍କୁଲେସନରେ ପ୍ରକାଶିତ ଏକ ରିସର୍ଚ୍ଚ ଅନୁସାରେ, ଯେଉଁଲୋକମାନେ ୱେ୍େଟର୍ଣ୍ଣ ଡାଇଟରେ ପ୍ରୋସେଷ୍ଟ ମାଂସ, ବିଶୋଧିତ ଚିନି ଓ ଫ୍ୟାଟି ଲାଲ ମାଂସ ଭରପୂର ମାତ୍ରାରେ ଖାଉଛନ୍ତି, ସେମାନଙ୍କଠାରେ ପନିପରିବା, ମାଛ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଉଥିବା ଲୋକଙ୍କ ତୁଳନାରେ ମୃତ୍ୟୁହାର ୨୧% ଓ ହୃଦଘାତର ଆଶଙ୍କା ୨୨ ପ୍ରତିଶତ ଅଧିକ ରହିଥାଏ । ଏଭଳି ପରିସ୍ଥିତିରେ କେଉଁ ଖାଦ୍ୟ ଖାଇବା ଦ୍ୱାରା ଅଧିକ ସମୟ ବଞ୍ଚିରହିବା, ତାହା ଜାଣିବା ନିହାତି ଜରୁରି ।

ସୁସ୍ଥ ଓ ଦୀର୍ଘ ଜୀବନ ଆପଣଙ୍କ ଖାଦ୍ୟପେୟ ଉପରେ ନିର୍ଭର କରିଥାଏ । ଯଦି ଆପଣ ସୁସ୍ଥ ଖାଦ୍ୟ ଖାଉଛନ୍ତି, ତେବେ ଆପଣ ଅନେକ ରୋଗକୁ ଏଡାଇ ପାରିବେ । ରିସର୍ଚ୍ଚ ଅନୁସାରେ, ସୁସ୍ଥ ଖାଦ୍ୟ ଖାଉଥିବା ଲୋକଙ୍କ ମୃତ୍ୟୁ ହାର ଓ ହୃଦଘାତର ଆଶଙ୍କା ଅନ୍ୟ ଲୋକଙ୍କ ତୁଳନାରେ ୧୭ ପ୍ରତିଶତ ଓ ୨୮ ପ୍ରତିଶତ କମ୍ ହୋଇଥାଏ ।

ଅନୁସନ୍ଧାନକାରୀମାନେ ସେହି ସ୍ଥାନଗୁଡିକୁ ଯାଞ୍ଚ କରିଥିଲେ ଯାହା ବ୍ଲୁ ଜୋନ୍ ଭାବରେ ଜଣାଶୁଣା ଓ ସେଠାରେ ଲୋକମାନେ ଅଧିକ ସମୟ ବଞ୍ଚିଥାନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ସେହି ଲୋକମାନେ ଏପରି କିଛି ଖାଦ୍ୟ ଖାଉଥିଲେ, ଯାହା ସେମାନଙ୍କର ଦୀର୍ଘ ଜୀବନର ରହସ୍ୟ ଅଟେ । ସେହି ଅଞ୍ଚଳର ଲୋକମାନେ ବ୍ଲୁ ଜୋନ୍ ଡାଏଟ୍ ଅନୁସରଣ କରନ୍ତି । ବିଶେଷଜ୍ଞମାନେ ଜାଣିବାକୁ ପାଇଲେ ଯେ ସେହିି ଲୋକମାନେ ଅଧିକ ବିନ୍ସ ଖାଉଛନ୍ତି ।

ତେବେ ବ୍ଲୁ ଜୋନ୍ ଡାଏଟ୍ ହେଉଛି ଏକ ଉଦ୍ଭିଦ ଭିତ୍ତିକ ଖାଦ୍ୟ, ଯେଉଁଥିରେ ଦୈନିକ ଭୋଜନର ୯୫ ପ୍ରତିଶତ ପନିପରିବା, ଫଳ, ଶସ୍ୟ,ରାଜମାରେ ଭରପୂର ରହିଥାଏ । କୌତୁହଳର ବିଷୟ ହେଉଛି କି ବ୍ଲୁ ଜୋନ୍ ଅଞ୍ଚଳର ଲୋକମାନେ ସାଧାରଣତଃ ମାଂସ, ଦୁଗ୍ଧ, ଚିନି ଏବଂ ପାନୀୟ ଭଳି ଖାଦ୍ୟ ପଦାର୍ଥଠାରୁ ଦୂରେଇ ରୁହନ୍ତି ।

ଅନେକ ଅନୁସନ୍ଧାନରେ ପ୍ରକାଶ ପାଇଛି ଯେ, ବ୍ଲୁ ଜୋନ୍ ଡାଏଟ୍ ଲୋକଙ୍କୁ ଦୀର୍ଘ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥାଏ । ବ୍ଲୁ ଜୋନ୍ ଅଞ୍ଚଳରେ ରହୁଥିବା ଲୋକମାନେ ପ୍ରତିଦିନ ଏକ କପ୍ ଡାଲି ଖାଆନ୍ତି । ବିନ୍ସରେ ପ୍ରୋଟିନ୍, ଫାଇବର ଭରପୂର ଥାଏ ଓ ଏଥିରେ ଚିନି ଓ ଫ୍ୟାଟ୍ କମ୍ ଥାଏ । ପ୍ରୋଟିନ୍ ଓଜନକୁ ବଜାୟ ରଖିବା ଏବଂ ମାଂସପେଶୀ ତିଆରିରେ ସାହାଯ୍ୟ କରେ ।

Get real time updates directly on you device, subscribe now.