fbpx

୭.୫ ଲକ୍ଷ ଟଙ୍କା ସହ ୨ଟି First Class Flight Ticket: କମ୍ପାନୀର ସଫଳତା ଅବସରରେ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଗିଫ୍ଟ ଦେଲେ ମାଲିକାଣୀ

ନୂଆଦିଲ୍ଲୀ: ଅନେକ ସମୟରେ ଦେଖାଯାଏ, କମ୍ପାନୀର ମାଲିକମାନେ ସେମାନଙ୍କ କର୍ମଚାରୀଙ୍କର କାର୍ଯ୍ୟରେ ଖୁସି ହୋଇ ବିଭିନ୍ନ ପ୍ରକାର ଉପହାରମାନ ପ୍ରଦାନ କରିଥାନ୍ତି । ଏହି ଗିଫ୍ଟ ଫଳରେ ଷ୍ଟାଫମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ କମ୍ପାନୀକୁ ସେମାନେ ଏକ ପରିବାର ବୋଲି ଭାବି କାର୍ଯ୍ୟ କରିଥାନ୍ତି । ତେବେ ଅନୁରୂପ ଭାବେ ଏକ ଘଟଣାକ୍ରମରେ କର୍ମଚାରୀଙ୍କୁ ୭.୫ ଲକ୍ଷ ଟଙ୍କା ଆଉ ୨ଟି ପ୍ରଥମ ଶ୍ରେଣୀ ଫ୍ଲାଇଟ୍ ଟିକେଟ ଉପହାର ଦେଇ ଏକ କମ୍ପାନୀ ଚର୍ଚ୍ଚାକୁ ଆସିଛି ।

ନିକଟରେ ଆମେରିକାର ସ୍ପାନକ୍ସ କମ୍ପାନୀ ନିଜର ୫୦୦ରୁ ଅଧିକ କର୍ମଚାରୀଙ୍କୁ ୭.୫ ଲକ୍ଷ ଟଙ୍କା ସହ ଦୁଇଟି ଫାଷ୍ଟକ୍ଲାସ ଫ୍ଲାଇଟ୍ ଟିକେଟ ପ୍ରଦାନ କରିଛି । କର୍ମଚାରୀମାନଙ୍କର କଠୋର ପରିଶ୍ରମ ଫଳରେ କମ୍ପାନୀ ପାଖାପାଖି ୯ ହଜାର କୋଟି ବ୍ରାଣ୍ଡ ଭାଲ୍ୟୁରେ ପହଞ୍ଚିଛି । ତେଣୁ ଏହି ସଫଳତାର ଶ୍ରେୟ ସ୍ୱରୂପ କମ୍ପାନୀର ସିଇଓ ସାରା ବ୍ଲେକଲେ ଏହି ଘୋଷଣା କରିଛନ୍ତି । ଘରକୁ ଘର ବୁଲି ଫ୍ୟାକ୍ସ ମେସିନ୍ ବିକ୍ରି କରିବା ପରେ ବିନା ଅଭିଜ୍ଞତାରେ ସାରା ମାତ୍ର ୩.୭୫ ଲକ୍ଷ ଟଙ୍କା ନିବେଶ କରି ସ୍ପାନକ୍ସ କମ୍ପାନୀ ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ କମ୍ପାନୀର ଅଦ୍ଭୂତପୂର୍ବ ସଫଳତାର ଖୁସିକୁ ମନାଇବା ପାଇଁ ପାର୍ଟିର ଆୟୋଜନ କରିବା ପରବର୍ତ୍ତେ ସାରା ଷ୍ଟାଫମାନଙ୍କ ମନରେ ଉତ୍ସାହ ଭରିବାକୁ ଗୁରୁତ୍ୱ ଦେଇଥିଲେ । ଏନେଇ ସାରା ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଭିଡିଓ ମାଧ୍ୟମରେ ସାରା କମ୍ପାନୀର ଶହ ଶହ କର୍ମଚାରୀଙ୍କ ପାଇଁ ପାଇଁ ସ୍ୱତନ୍ତ୍ର ଗିଫ୍ଟ ଘୋଷଣା କରୁଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.