fbpx

ପିତାଙ୍କ ଶବ ଆଗରେ ଝିଅର ଗ୍ଲାମରସ୍ ଫଟୋସୁଟ୍, ଲୋକେ କହିଲେ-‘ଲଜ୍ଜା’

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଆଜିର ସମାଜରେ ମଣିଷତ୍ୱ ଧିରେ ଧିରେ କମିବାରେ ଲାଗିଛି । କୌଣସି ଲୋକର ସାହାର୍ଯ୍ୟ କରିବା ବଦଳରେ ଲୋକମାନେ ତାର ଅସୁବିଧାର ବେଳେ କ୍ୟାମେରା ନେଇ ଠିଆ ହୋଇପଡୁଛନ୍ତି । ଇଣ୍ଟରନେଟରେ ଦୈନିକ ଏପରି ଅନେକ ଭିଡିଓ ସାମ୍ନାକୁ ଆସୁଛି । ନିକଟରେ ସୋସିଆଲ ପ୍ଲାଟଫର୍ମ ରେଡିଟରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ କମେଣ୍ଟ କରାଯାଉଛି । ଦୁନିଆରେ ନିଜ ପିତା-ମାତାଙ୍କୁ ହରାଇବା ସବୁଠାରୁ ଦୁଃଖର କଥା ହୋଇଥିବା ବେଳେ ଫଟୋରେ ନଜର ଆସୁଥିବା ଯୁବତୀ ନିଜ ପିତାଙ୍କ ମୃତ୍ୟୁରେ ଏପରି କାର୍ଯ୍ୟ କରିଛନ୍ତି, ଯାହାକୁ ନେଇ ଲୋକମାନେ ଟ୍ରୋଲ କରୁଛନ୍ତିି ।

ଭାଇରାଲ ହୋଉଥିବା ଫଟୋରେ ଦେଖିବାକୁ ମିଳୁଛି ଯେ, ଜଣେ ଆମରିକୀୟ ଯୁବତୀ ନିଜ ପିତାଙ୍କ ଅନ୍ତିମ ସଂସ୍କାର ସମୟରେ ଗ୍ଲାମରସ୍ ଫଟୋସୁଟ୍ କରୁଛନ୍ତି । ଖ୍ରୀଷ୍ଟିଆନ୍ ମାନ୍ୟତା ଅନୁସାରେ, ଯୁବତୀ ଜଣକ ବ୍ଲାକ ଡ୍ରେସ୍ ପିନ୍ଧିଛନ୍ତି । ଯୁବତୀଙ୍କ ପଛରେ ପିତାଙ୍କ ଶବକୁ ରଖାଯାଇଥିବା ଦେଖିବାକୁ ମିଳିଛି । ଶବ ଆଗରେ ସେ ନିଜର ବୋଲ୍ଡ ପୋଜ୍ ଦେଉଛନ୍ତି । ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବତୀଙ୍କ ଏପରି କାର୍ଯ୍ୟକୁ ଦେଖି ଲୋକମାନେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ଓ ଏହି ଘଟଣା ଲଜ୍ଜାଜନକ ବୋଲି କହିଛନ୍ତି ।

ସାଧାରଣତଃ ଅନ୍ତିମ ସଂସ୍କାରରେ ଲୋକମାନେ ଭାବୁକ ହୁଅନ୍ତି ଓ ଦୁଃଖ ପ୍ରକାଶ କରନ୍ତି । କିନ୍ତୁ ଫଟୋ ଯୁବତୀ ଜଣକ ପିତାଙ୍କ ଶବ ଆଗରେ ଗ୍ଲାମରସ୍ ଫଟୋସୁଟ କରୁଛନ୍ତି । ମହିଳା ନିଜର ବୋଲ୍ଡ ଫଟୋଗୁଡିକୁ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଛନ୍ତି ।

Get real time updates directly on you device, subscribe now.