fbpx

ଆସନ୍ତା ନଭେମ୍ବର ୧ରୁ UG କ୍ଲାସ ଆରମ୍ଭ, ଜାଣନ୍ତୁ PG କେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ସାରା ରାଜ୍ୟରେ ଅଣ୍ଡର ଗ୍ରାଜୁଏଟ (ୟୁଜି) ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ ତାରିଖରୁ ପୋଷ୍ଟ ଗ୍ରାଜୁଏଟ (ପିଜି) ପିଲାଙ୍କ ପାଠପଢ଼ା ଆରମ୍ଭ ହେବ । ତେବେ ପ୍ରଥମ ବର୍ଷର ୟୁଜି ଓ ପିଜି ପିଲାଙ୍କ ପାଠପଢ଼ା ହେବ । ନୂଆକରି ଆଡମିଶନ କରିଥିବା ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ଅଧ୍ୟୟନ କରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।

ତେବେ କ୍ଲାସ ଆରମ୍ଭକୁ ଅନୁମତି ପ୍ରଦାନ କରାଯାଇଥିଲେ ହେଁ କୋଭିଡ୍ କଟକଣା ମାନିବାକୁ କୁହାଯାଇଛି । ଫେସ୍ ମାସ୍କକୁ ବାଧ୍ୟତାମୂଳକ କରାଯିବା ସହ ହାତକୁ ସାନିଟାଇଜ୍ ଓ କ୍ଲାସରୁମ, ଲାଇବ୍ରେରି, ଲାବୋରେଟୋରିରେ ସାମାଜିକ ଦୂରତା ରକ୍ଷା କରାଯିବ । ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ଆଇସୋଲେସନ୍ ରୁମ୍ ପ୍ରସ୍ତୁତ କରି ରଖାଯିବ । କୋଭିଡ୍-୧୯ ନିୟମ ମାନିବା ସହ ହଷ୍ଟେଲରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା ଉପଲବ୍ଧ ହେବ । ତେବେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଉକ୍ତ ନିୟମାବଳୀ ମାନିବାକୁ କୁହାଯାଇଛି ।

Get real time updates directly on you device, subscribe now.