fbpx

ବଡ଼ ଖବର: ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରର ୨ଟି ଦୁଆର ଖୋଲା

ପୁରୀ(ଓଡ଼ିଶା ଭାସ୍କର): ଜଗାଦର୍ଶନ ନେଇ ଆସିଛି ବଡ଼ ଖବର । ଏଣିକି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ଜଗାଦର୍ଶନ କରିବେ ପୁରୀବାସୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଆଧାରକାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଇ ପୁରୀବାସୀମାନେ ଦର୍ଶନ କରିପାରିବେ । ପୂର୍ବରୁ କେବଳ ସିଂହଦ୍ୱାର ଦେଇ ଦର୍ଶନ କରିବାକୁ ଅନୁମତି ଦିଆଯାଇଥିଲା ।

ଏହା ବ୍ୟତୀତ ସେବାୟତ ଓ କର୍ମଚାରୀଙ୍କ ହୋଇଛି ସ୍ୱତନ୍ତ୍ର ଡ୍ରେସକୋଡ୍ । ସେମାନେ କେଉଁ ରଙ୍ଗର ଡ୍ରେସ ପିନ୍ଧିବେ, ସେନେଇ ଆଗାମୀ ବୈଠକରେ ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.