fbpx
BSKY SKY
BSKY SKY

ବିଚ୍ ରାସ୍ତାରେ ଯୁବତୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ଭିଡ଼ିଓ ଭାଇରାଲ

BSKY

ଲଖନଉ: ବିଚ୍ ରାସ୍ତାରେ ଘମାଘୋମ ଝଗଡ଼ା କରୁଥିବା ୨ ଯୁବତୀଙ୍କ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାଞ୍ଚ ପରେ ଜଣାପଡିଛି କି, ଏହି ଭିଡ଼ିଓ ଉତ୍ତରପ୍ରଦେଶର ରାଜଧାନୀ ଲଖନଉର, ଯେଉଁଥିରେ ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କୁ ପିଟୁଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଯୁବତୀଙ୍କୁ ରକ୍ଷା କରିବାକୁ ପ୍ରୟାସ କରୁଛନ୍ତି । ଏହି ମାମଲା ଲଖନଉ ଆଶିୟାନା ଅଞ୍ଚଳର ବୋଲି ଜଣାପଡିଛି ।

ତେବେ ପୀଡ଼ିତ ଯୁବତୀ ଅଭିଯୋଗ କରିଛନ୍ତି ଯେ, ଜଣେ ଯୁବକ ବାହାହେବାର ଲାଳସା ଦେଇ ତାଙ୍କ ସହ ରେପ୍ କରିଥିଲା ଓ ପରେ ନିଜ ମହିଳା ମିତ୍ର ଦ୍ୱାରା ତାଙ୍କୁ ମାରପିଟ୍ କରାଇଥିଲା । ହାଇଭୋଲଟେଜ୍ ଡ୍ରାମା ପରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଯୋଗର ୧୫ ଦିନ ପରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ଅଭିଯୁକ୍ତ ଯୁବକ ବିରୋଧରେ ଯୌନ ଉତ୍ପୀଡ଼ନ ଓ ମାରପିଟ୍ ଆଧାରରେ ମାମଲା ରୁଜୁ ହୋଇଛି । ଅନ୍ୟ ୨ ଯୁବତୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ତେବେ ଲଖନଉର ବିଚ୍ ରାସ୍ତାରେ ମାରପିଟ୍ ଆରମ୍ଭ ହେବାରୁ ଲୋକମାନେ ଜମା ହୋଇଥିଲେ ଓ ଭିଡିଓ କରିଥିଲେ । ଭିଡିଓକୁ ଆଧାର କରି ଯୁବତୀ ଜଣକ ଥାନାରେ ମାମଲା ରୁଜୁ କରିଛନ୍ତି । ଆଇପିସି ଧାରା ୩୭୬, ୫୦୪, ୫୦୬, ୩୦୭, ୩୫୨ ଓ ୪୨୩ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.