fbpx

ଅମରିନ୍ଦରଙ୍କ ସହିତ ସର୍ମ୍ପକକୁ ନେଇ ଅରୁସା କହିଲେ- ‘ଲଭର ନୁହେଁ କ୍ୟାପଟେନ୍ ମୋ ସୋଲମେଟ୍’

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ମହିଳା ସାମ୍ବାଦିକ ଅରୁସା ଆଲମଙ୍କ ତାଙ୍କ ସମ୍ପର୍କକୁ ନେଇ ରାଜ୍ୟର ରାଜନୀତି ସରଗରମ ହୋଇଛି । ସେ ଚଳିତବର୍ଷ ସେପ୍ଟେମ୍ବର ମାସରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ପାକିସ୍ତାନୀ ସାମ୍ବାଦିକ ଆରୁସାଙ୍କ ଆଇଏସଆଇ ଲିଙ୍କ ଓ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ସହିତ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ବୁଧବାର ଦିନ ଏହି ମାମଲାକୁ ନେଇ ଖୋଦ୍ ଅରୁସା ସାମ୍ନାକୁ ଏହି ମାମଲାକୁ ନେଇ ମୁହଁ ଖୋଲିଛନ୍ତି । ସେ ଆଇଏସଆଇ ସହିତ ସମ୍ବନ୍ଧ ଓ କ୍ୟାପଟେନ୍ ଅମରିନ୍ଦରଙ୍କ ସହିତ ଅଫେୟରକୁ ଖାରଜ କରିଛନ୍ତି ।

ଏକ ଇଣ୍ଟରଭ୍ୟୁରେ ଅରୁସା କହିଛନ୍ତି ଯେ, ‘ମୁଁ ବହୁତ ଭାଗ୍ୟଶାଳୀ କି ଅମରିନ୍ଦର ଏତେ ବଡ଼ ଦୁନିଆରେ ମୋତେ ବନ୍ଧୁ ଭାବେ ଚୟନ କରିଛନ୍ତି । ଆମର ମେଣ୍ଟଲ ଓ ଆଇକ୍ୟୁ ସ୍ତର ସମାନ । ଅମରିନ୍ଦର ମୋ ଲଭର ନୁହଁନ୍ତି ବର ମୋ ସୋଲମେଟ୍ । ଯେବେ ତାଙ୍କ ସହ ପ୍ରଥମ ଭେଟ ହୋଇଥିଲା, ସେବେ ମୋତେ ୫୬ ବର୍ଷ ଓ ତାଙ୍କୁ ପାଖାପାଖି ୬୬ ବର୍ଷ ବୟସ ହୋଇଥିଲା । ଏହି ବୟସରେ ଆପଣ ପ୍ରେମୀର ତଲାସ କରନ୍ତି ନାହିଁ । ଆମେ ଭଲ ବନ୍ଧୁ ଓ ସୋଲମେଟ୍ ।’

ଏହା ସହ ଅରୁସା କହିଛନ୍ତି ଯେ, ‘ଆମେ ଜୀବନର ଏପରି ମୋଡ଼ରେ ଦେଖାହେଲୁ ଯେଉଁସମୟରେ ପ୍ରେମ ଓ ରୋମାନ୍ସର କୌଣସି ଗୁରୁତ୍ୱ ନଥିଲା । ଆମେ ଘନିଷ୍ଠ ବନ୍ଧୁ ଓ ଭଲ ପାରିବାରିକ ମିତ୍ର ହୋଇଛୁ । ମୁଁ ତାଙ୍କ ମା’, ତାଙ୍କ ପରିବାର ଓ ଭଉଣୀଙ୍କୁ ଭେଟିଛି ।’

Get real time updates directly on you device, subscribe now.