fbpx

ସୈନିକଙ୍କୁ ନୂତନ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଉପହାର ଦେବ DRDO, ୬ଟି ସ୍ନାଇପର ବୁଲେଟ୍ ଭେଦ କରିବା ହେବ ଅସମ୍ଭବ, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ ?

ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତି କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO) ନୂଆ ନୂଆ ଅସ୍ତ୍ରଶସ୍ତ୍ର ଏବଂ ସୁରକ୍ଷା ଉପକରଣର ବିକାଶ କରୁଛି । ବର୍ତ୍ତମାନ DRDO ଦେଶର ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ତିଆରି କରିଛି । କାନପୁର ସ୍ଥିତ DRDOରDefence Material and Stores Research and Development Establishment(DMSRDE) ଦ୍ୱାରା ଏହି ଜ୍ୟାକେଟ୍ ପ୍ରସ୍ତୁତ କରାଯାଇଛି ।

ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରୁ ପ୍ରକାଶ ଯେ ନୂତନ ଡିଜାଇନକୁ ଦୃଷ୍ଟିରେ ରଖି ଏହି ଜ୍ୟାକେଟ୍ ତିଆରି କରାଯାଇଛି । ଏଥିରେ ନୂତନ ନିର୍ମାଣ ପ୍ରକ୍ରିୟା ସହ ଆଧୁନିକ ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇଛି । କହିରଖୁଛୁ ନିକଟରେ ଚଣ୍ଡିଗଡ଼ ସ୍ଥିତ ଟର୍ମିନାଲ ବାଲାଷ୍ଟିକ୍ ରିସର୍ଚ୍ଚ ଲାବୋରେଟୋରୀ(TBRL)ରେ BIS 17051-2018 ଅନ୍ତର୍ଗତ ପରୀକ୍ଷା କରାଯାଇଛି । ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଏଗ୍ରୋନୋମିକ୍ ପ୍ରଣାଳୀରେ ଡିଜାଇନ୍ କରାଯାଇଛି । ଏହା ଫ୍ରଣ୍ଟ ହାର୍ଡ଼ ଅର୍ମର ପାନେଲ(HAP) ପଲିମର ବ୍ୟାକିଂ ଏବଂ ମୋନୋଲିଥିକ ସିରାମିକ ପ୍ଲେଟରେ ତିଆରି ହୋଇଛି । ହାଲୁକା ହେବା କାରଣରୁ ସୈନିକମାନେ ଏହାକୁ ପିନ୍ଧିଲେ ଆରାମଦାୟକ ଅନୁଭବ କରିବେ ଏବଂ ଅପରେସନ ସମୟରେ ଏହା ଅଧିକ ସୁରକ୍ଷା ପ୍ରଦାନ କରିବ ।

ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟର କ’ଣ ରହିଛି ବିଶେଷତ୍ୱ ?

ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ସମ୍ପୂର୍ଣ୍ଣ ସ୍ୱଦେଶୀ ଅଟେ । ଏହା ପଲିମର ବ୍ୟାକିଂ ଏବଂ ମୋନୋଲୋଥିକ ସରାମିକ୍ ପ୍ଲେଟରୁ ତିଆରି ହୋଇଛି । ଏହା ମୋନୋଲିଥିକ୍ ସିରାମିକର ପ୍ରଥମ ଜ୍ୟାକେଟ୍ ଯାହା 67.62 x 54 API ବୁଲେଟ୍ ପ୍ରୁଫ୍ ଅଟେ । ଏହି ଜ୍ୟାକେଟ୍ ପିନ୍ଧିବା ଦ୍ୱାରା ୬ଟି ସ୍ନାଇପର ବୁଲେଟ୍ ମଧ୍ୟ ଭେଦ କରିବା ଅସମ୍ଭବ । ଜ୍ୟାକେଟର in- conjuction(ICW) ଏବଂ standalone ଡିଜାଇନ୍ ସୈନ୍ୟମାନଙ୍କୁ ସବୁ ପ୍ରକାର ବୁଲେଟରୁ ସୁରକ୍ଷା ଦେବ ।

Get real time updates directly on you device, subscribe now.