fbpx

ରାଜଧାନୀରେ ୯୪ ଟଙ୍କାରେ ମିଳୁଛି ପେଟ୍ରୋଲ: ଜାଣନ୍ତୁ କେଉଁ ସବୁ ସ୍ଥାନରେ ବଦଳିଲା ମୂଲ୍ୟ

ଭୁବନେଶ୍ୱର: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୧୦୦ ଉପରେ ରହିଥିବା ବେଳେ ଗ୍ରାହକ ଏଥିରେ ହ୍ରାସ କରିବାକୁ ଦାବି କରୁଛନ୍ତି ।ତେବେ ନିର୍ବାଚନ ଘଡ଼ି ଚାଲିଥିବା ବେଳେ ଏବେ ଗାଡ଼ିଚାଳକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆଜି ପେଟ୍ରୋଲ ଏବଂ ଡିଜେଲର ମୁଲ୍ୟରେ ବଡ ଧରଣର ପରିବର୍ତ୍ତନ ରେକର୍ଡ କରାଯାଇଛି । ରାଜଧାନୀରେ ପେଟ୍ରୋଲ ଦର ୯୪ ଟଙ୍କାରେ ବିକ୍ରି କରାଯାଉଛି । କିଛି ରାଜ୍ୟରେ ଏହାର ମୁଲ୍ୟ ଅପରିବର୍ତ୍ତିତ ରହିଥିବା ବେଳେ ଭୁବନେଶ୍ୱରରେ ଦାମ୍ ପରିବର୍ତ୍ତନ ହୋଇଛି ।

ଆଗକୁ ନିର୍ବାଚନ ଥିବା ବେଳେ ଗାଡ଼ି ଚାଳକଙ୍କ ପାଇଁ ଆସିଛି ଖୁସି ଖବର । ରାଜଧାନୀ ଭୁବନେଶ୍ୱର ସମେତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଦାମ୍ ପରିବର୍ତ୍ତନ ହୋଇଛି । ଭୁବନେଶ୍ୱରେ ନୂଆ ପେଟ୍ରୋଲ ଦର ୧୦୦.୭୯ ଟଙ୍କାକୁ ପହଞ୍ଚିଥିବା ବେଳେ ଡିଜେଲ ମୂଲ୍ୟ ୯୨.୬୪ ଟଙ୍କା ରହିଛି । ଏହାବ୍ୟତୀତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୪.୭୨ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ୮୭.୬୨ ଟଙ୍କା ରହିଛି । ଅନ୍ୟ ସହରରେ ମଧ୍ୟ ଦାମ୍ ଗୁଡିକରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ମୁମ୍ବାଇରେ ପେଟ୍ରୋଲ ୧୦୪.୨୧ ଟଙ୍କା ଥିବାବେଳେ ଡିଜେଲ୍ ୯୨.୧୫ ଟଙ୍କା ରହିଛି । ସେହିପରି କୋଲକାତାରେ ଆଜି ପୋଟ୍ରୋଲ୍ ଲିଟର ପିଛା ୧୦୩.୯୪ ଟଙ୍କା ଥିବାବେଳେ ଡିଜେଲ ୯୦.୭୬ ଟଙ୍କା ରହିଛି ।

ସୂଚନା ଅନୁସାରେ , ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲର ଦରଦାମ୍ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ୍ ଏବଂ ଡିଜେଲ ରୋଟ୍ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟାନ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ବଢିଥାଏ ବା କମେଇ ଦିଆଯାଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜର୍ାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଉପରେ ନିର୍ଭର କରି ପୋଟ୍ରୋଲ ଓ ଡିଜେଲର ମୂଲ୍ୟ ନିର୍ଦ୍ଧାରଣ କରିଥାଏ ।

Get real time updates directly on you device, subscribe now.