fbpx

ରାଏବରେଲୀରେ ଗାନ୍ଧୀ ବନାମ ଗାନ୍ଧୀ ଲଢେଇ! ୪୦ ବର୍ଷ ତଳର ଘଟଣାର ପୁଣି ହେବ ପୁନରାବୃତ୍ତି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଇ-ପ୍ରୋଫାଇଲ୍ ସିଟ୍ ରାଏବରେଲୀରୁ କଂଗ୍ରେସ ଓ ବିଜେପି ଉଭୟ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିନାହାନ୍ତି । କଂଗ୍ରେସ ପକ୍ଷରୁ କୁହାଯାଉଛି କି ରାଏବରେଲୀରୁ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢିବେ । ଏହାରି ମଧ୍ୟରେ ବିଜେପି ତାଙ୍କ ବିରୁଦ୍ଧରେ ନେହରୁ ଗାନ୍ଧୀ ପରିବାରର ଅନ୍ୟତମ ସଦସ୍ୟ ବରୁଣ ଗାନ୍ଧୀଙ୍କୁ ମଇଦାନକୁ ଓହ୍ଲାଇବାକୁ ନେଇ ଯୋଜନା କରୁଛି । ପାର୍ଟି ସୂତ୍ର ଅନୁଯାୟୀ ବିଜେପି ରାଏବରେଲୀରୁ ବରୁଣ ଗାନ୍ଧୀଙ୍କୁ ନିର୍ବାଚନଚ ଲଢିବାକୁ ଅଫର ଦେଇଛି । ତେବେ ବରୁଣ ଗାନ୍ଧୀ ଏ କ୍ଷେତ୍ରରେ ନିର୍ଣ୍ଣୟ ନେବା ପାଇଁ କିଛି ସମୟ ମାଗିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରାଏବରେଲୀ ପ୍ରାର୍ଥୀ ପ୍ୟାନେଲରେ ବରୁଣ ଗାନ୍ଧୀଙ୍କ ନାମ ବି ସାମିଲ କରିଛି । ଏଠାରେ ସୂଚାଇ ଦିଆଯାଇପାରେ କି ରାଏବରେଲୀ ସିଟ୍ କଂଗ୍ରେସର ଗଡ ବୋଲି ମନେ କରାଯାଏ । ଏଥର ସୋନିଆ ଗାନ୍ଧୀ ରାଜ୍ୟସଭା ଯାଇଥିବା କାରଣରୁ ଏହି ଆସନରୁ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏପରି ସ୍ଥିତିରେ ବିଜେପିର ମତ ଏଠାରେ ପ୍ରିୟଙ୍କାଙ୍କ ବିରୁଦ୍ଧରେ ବରୁଣ ଗାନ୍ଧୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ଦ୍ୱାରା ବିଜେପିକୁ ଫାଇଦା ମିଳିବ । ତେବେ ବରୁଣ ଗାନ୍ଧୀ ୧/୨ ଦିନ ମଧ୍ୟରେ ନିଜର ନିର୍ଣ୍ଣୟ ଶୁଣାଇଦେବେ ।
ଯଦି ବରୁଣ ଗାନ୍ଧୀ ରାଏବରେଲୀରେ ନିର୍ବାଚନ ଲଢିବେ ତେବେ ୪୦ ବର୍ଷ ପରେ ପୁଣି ଏପରି ଚିତ୍ର ଦେଖିବାକୁ ମଳିବ କି ଗାନ୍ଧୀ ପରିବାରର ସଦସ୍ୟ ପରସ୍ପର ବିରୁଦ୍ଧରେ ମଇଦାନକୁ ଓହ୍ଲାଇବେ । ୧୯୮୪ରେ ଆମେଥିରୁ ବରୁଣ ଗାନ୍ଧୀଙ୍କ ମା’ ମେନକା ଗାନ୍ଧୀ ରାଜୀବ ଗାନ୍ଧୀଙ୍କ ବିରୁଦ୍ଧରେ ନିର୍ବାଚନଚ ଲଢିଥିଲେ । କିନ୍ତୁ ଏଠାରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

Get real time updates directly on you device, subscribe now.