fbpx

DRDOର ଔଷଧ ‘2 DG’କୁ କୁହାଯାଉଛି କରୋନାର ‘ସଞ୍ଜୀବନୀ’, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ଚିନ୍ତା ଲାଗିରହିଥିବା ବେଳେ ଭାରତରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 2 DG ଔଷଧ ଲଞ୍ଚ ହୋଇଛି । କରୋନା ବିରୋଧ ଯୁଦ୍ଧରେ DRDOର ଏହି ନୂଆ ଔଷଧ ଆଶାର କିରଣ ନେଇ ଆସିଛି । ଏହି ଔଷଧର ନାମ ୨-ଡିଓକ୍ସି-ଡି-ଗ୍ଲୁକୋଜ ରଖାଯାଇଛି । DRDO ଦ୍ୱାରା ବିକସିତ କରୋନାର ଏହି ଔଷଧ 2 DGକୁ ଦେଶରେ ‘ଗେମଚେଞ୍ଜର’ ଓ ‘ସଞ୍ଜୀବନୀ’ ବି କୁହାଯାଉଛି ।

ଏହି ଔଷଧ କରୋନା ରୋଗୀଙ୍କ ପାଇଁ ବେଶ ପ୍ରଭାବଶାଳୀ ବୋଲି କୁହାଯାଉଛି । କରୋନା ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାରେ ସାହାର୍ଯ୍ୟ କରିବା ସହ ଅକ୍ସିଜେନ ଲେବଲ ବଢାଇବାରେ ଏହାର ଅବଦାନ ରହିଛି । ରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ ବା DRDOର ଇନମାସ ଲ୍ୟାବର ବୈଜ୍ଞାନିକମାନେ ଏହି ଔଷଧ ଡାକ୍ତର ରେଡ୍ଡୀ ଲ୍ୟାବ ସହିତ ମିଶି ପ୍ରସ୍ତୁତ କରିଛି । ଏହି ଔଷଧକୁ ଆକ୍ରାନ୍ତଙ୍କ ଉପରେ ବ୍ୟବହାରକୁ ଡିସିଜିଆଇ ମଧ୍ୟ ଅନୁମୋଦନ କରିଛି ।

ତେବେ କରୋନାର ଏହି ଔଷଧ ପାଉଡର ଆକାରରେ ଆସିଥାଏ, ଯାହାକୁ ପାଣିରେ ମିଶାଇ ରୋଗୀର ପାଟିରେ ଦିଆଯାଏ । ଏହି ଔଷଧ କେତେ ପରିମାଣ ଓ କେତେ ଦିନ ପର୍ଯ୍ୟନ୍ତ ନେବାକୁ ପଡିିବ, ତାହା ଡାକ୍ତର ନିଷ୍ପତ୍ତି ନେବେ । ଏହା କରୋନା ମହାମାରୀରେ ସଂକ୍ରମିତ କୋଷରେ ଜମା ହୋଇ ଶରୀରରେ ଭାଇରସକୁ ବଢିବାରେ ରୋକିଥାଏ । ଏହି ଔଷଧ ଦେଶରେ ବହୁମୂଲ୍ୟ ଜୀବନ ବଞ୍ଚାଇପାରିବ ବୋଲି ଆଶା ରହିଛି । ଏହି ଔଷଧ ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାରେ ସାହାର୍ଯ୍ୟ କରିବ । କରୋନା ମହାମାରୀ ନିଜର ଏନର୍ଜି ପାଇଁ ରୋଗୀଙ୍କ ଶରୀରରୁ ଗ୍ଲୁକୋଜ ନେଇଥାଏ, କିନ୍ତୁ ଏହି ଔଷଧ ଖାଇବା ଦ୍ୱାରା ଭାଇରସକୁ ଏନର୍ଜି ମିଳିବା ବନ୍ଦ ହୋଇଥାଏ ।

Get real time updates directly on you device, subscribe now.