fbpx

ଏବେ ବିବାହ ଏବଂ ଅନ୍ତିମ ସଂସ୍କାର ପାଇଁ ନେବାକୁ ହେବ ଇ-ପରମିସନ

ଭୁବନେଶ୍ୱର: ରାଜଧାନୀରେ ବିବାହ କାର୍ଯ୍ୟ ତଥା ଅନ୍ତିମ ସଂସ୍କାର ପାଇଁ ଅନୁମତି ଦେବା ପାଇଁ କମିଶନରେଟ୍ ପୋଲିସ ସୋମବାର ଇ-ପୋଲିସ୍ ଲାଇସେନ୍ସ ସେବା ଆରମ୍ଭ କରିଛି।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି । ଟ୍ୱିନ ସିଟିରେ ଯେଉଁମାନେ ବିବାହ କିମ୍ବା ଅନ୍ତିମ ସଂସ୍କାର ପାଇଁ ଅନୁମତି ନେବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ କମିଶନର ପୋଲିସ ୱେବସାଇଟ୍ କୁ ଯାଇ ବିବାହ ପାଇଁ ଆବେଦନ / ଅନ୍ତିମ ସଂସ୍କାରର ଲାଇସେନ୍ସ ଲିଙ୍କ ଉପରେ କ୍ଲିକ କରି ଫର୍ମ ପୂରଣ କରିବାକୁ ପଡିବ ।
୭୨ ଘଣ୍ଟା ପୂର୍ବରୁ ଆବେଦନ କରିବାକୁ ପଡିବ । ଆୟୋଜକଙ୍କୁ ତଥା ନିମନ୍ତ୍ରିତଙ୍କୁ ହ୍ୱାଟସଆପ କିମ୍ବା ମେସେଜ୍ ମାଧ୍ୟମରେ ଅନୁମତି ଦିଆଯିବ ।
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି ହୋଇଥିବା ଲକଡାଉନ୍ ନିର୍ଦ୍ଦେଶାବଳୀ ଅନୁଯାୟୀ ବିବାହ କାର୍ଯ୍ୟକ୍ରମ ରେ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ସର୍ବାଧିକ ୨୦ ଜଣ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି।
କମିଶନର କହିଛନ୍ତି ଏହି ସେବା ବର୍ତ୍ତମାନ କେବଳ ଭୁବନେଶ୍ୱରରେ ଉପଲବ୍ଧ ଖୁବ ଶୀଘ୍ର ଏହା କଟକରେ ମଧ୍ୟ ଆରମ୍ଭ ହେବ ।

Get real time updates directly on you device, subscribe now.