ଡ୍ରିମଲାଇନର ମିଳିଲା ଭିଡିଓ ରେକର୍ଡର, CVRରୁ MAYDAY କଲର ମିଳି ପାରିବ ବିଶେଷ ତଥ୍ୟ

ଅହମ୍ମଦାବାଦ ବିମାନ ଦୁର୍ଘଟଣାସ୍ଥଳରେ ଫରେନ୍ସିକ ଟିମ ଓ ଏଟିଏସର ଯାଞ୍ଚ । ଦୁର୍ଘଟଣାସ୍ଥଳରୁ କରାଗଲା ନମୁନା ସଂଗ୍ରହ । ଏଟିଏସକୁ ମିଳିଲା ବିମାନର DVR ।

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାସ୍ଥଳରେ ଫରେନ୍ସିକ ଟିମ ଓ ଏଟିଏସର ଯାଞ୍ଚ । ଦୁର୍ଘଟଣାସ୍ଥଳରୁ କରାଗଲା ନମୁନା ସଂଗ୍ରହ । ATSକୁ ମିଳିଲା ବିମାନର ଡିଜିଟାଲ୍ ଭିଡିଓ ରେକର୍ଡର୍ (DVR) । ଏହା ସହ ଏୟାର ଇଣ୍ଡିଆ ବିମାନର ବ୍ଲାକ୍ ବାକ୍ସ ଏବଂ କକପିଟ୍ ଭଏସ୍ ରେକର୍ଡର୍ ମିଳିଛି । ତେବେ ଦୁର୍ଘଟଣାର କାରଣ ଖୁବ୍ ଶୀଘ୍ର ଜଣାପଡିବ ବୋଲି ବିଶ୍ବାସ କରାଯାଉଛି ।

ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବୋଇଂ 787 ବିମାନର ଭଗ୍ନାବଶେଷରୁ ଏକ ଡିଜିଟାଲ୍ ଭିଡିଓ ରେକର୍ଡର୍ (DVR) ଉଦ୍ଧାର କରିଛି । ତେବେ ସେଥିରେ ଗୁରୁତ୍ୱପୂର୍ଣ୍ଣ CCTV କିମ୍ବା କକପିଟ୍ ଫୁଟେଜ୍ ଥିବା ବିଶ୍ୱାସ କରାଯାଉଛି, ଯାହା ଦୁର୍ଘଟଣା ପୂର୍ବରୁ ଶେଷ ମୁହୂର୍ତ୍ତର କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ବା ତଥ୍ୟ ପ୍ରଦାନ କରିପାରିବ। ଉଦ୍ଧାର ହୋଇଥିବା ତଥ୍ୟ ଚାଲୁଥିବା ତଦନ୍ତରେ ସହାୟତା କରିବ ବୋଲି ଆଶା କରାଯାଉଛି ।

ଏହି ସମୟରେ, ଆମେରିକାର ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ଘୋଷଣା କରିଛି ଯେ, ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ( AAIB) କୁ ତଦନ୍ତରେ ସହାୟତା କରିବା ପାଇଁ ଭାରତକୁ ଏକ ତଦନ୍ତକାରୀଙ୍କ ଏକ ଦଳ ପଠାଉଛି ।

ପ୍ରକାଶଥାଉକି, ଗୁଜରାଟର ଅହମ୍ମଦାବାଦରେ ଗୁରୁବାର ହୋଇଥିବା ବଡ଼ ଧରଣର ବିମାନ ଦୁର୍ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ । 242 ଜଣଙ୍କୁ ନେଇ ଲଣ୍ଡନ ଯାଉଥିବା ବେଳେ କ୍ରାସ୍‌ ହୋଇଗଲା ଏୟାର ଇଣ୍ଡିଆ ବିମାନ । ଯାତ୍ରୀଙ୍କ ବ୍ୟତୀତ ବିମାନରେ ଥିଲେ 12 ଜଣ କ୍ରୁ ସଦସ୍ୟ ଏବଂ ଦୁଇ ପାଇଲଟ୍‌ । ଉଡ଼ାଣ ଭରିବାର ମାତ୍ର 5 ମିନିଟ୍‌ ପରେ ଏକ ମେଡିକାଲ୍‌ କଲେଜ୍‌ର ହଷ୍ଟେଲ୍‌ ବିଲ୍ଡିଂରେ ପିଟି ହୋଇ ଜଳିଯାଇଥିଲା ବିମାନ ।