fbpx

ଶୋଇବା ସମୟରେ କ୍ଷୀର ପିଉଥିଲେ ସାବଧାନ ! ବଢ଼ିଯିବ ଓଜନ

କ୍ଷୀର ପିଇବାର ଅନେକ ଫାଇଦା ରହିଛି । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏବଂ କ୍ୟାଲସିୟମ୍ ପରି ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ଥାଏ । କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ, କିନ୍ତୁ ଶୋଇବା ସମୟରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ଉପରେ ଓଲଟା ପ୍ରଭାବ ପକାଇପାରେ । ଏପରି ସମୟରେ କ୍ଷୀର ପିଇବା କାରଣରୁ ହଜମ ସମ୍ବନ୍ଧୀୟ ଅନେକ ଗମ୍ଭୀର ସମସ୍ୟା ହୋଇପାରେ । ଶୋଇବା ସମୟରେ କ୍ଷୀର ପିଇବା ଦ୍ୱାରା କ’ଣ ସମସ୍ୟା ହୁଏ, ଆସନ୍ତୁ ଜାଣିବା…

ଶୋଇବା ସମୟରେ କାହିଁକି କ୍ଷୀର ପିଅନ୍ତି ?
ଅନେକ ଲୋକ ଶୋଇବା ସମୟରେ କ୍ଷୀର ପିଅନ୍ତି । ଶୋଇବା ସମୟରେ କ୍ଷୀର ପିଇବା ଦ୍ୱାରା ଭଲ ନିଦ ଆସିଥାଏ ବୋଲି ବିଶ୍ୱାସ କରାଯାଏ । କ୍ଷୀରରେ ଟ୍ରିପ୍ଟୋଫାନ୍ ଥାଏ, ଯାହା ଭଲ ନିଦକୁ ପ୍ରୋତ୍ସାହିତ କରିଥାଏ । ଏହା ଶୋଇବା ପାଇଁ ଲାଭଦାୟକ, କିନ୍ତୁ ହଜମ ପ୍ରକ୍ରିୟା ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ ।

ହଜମ ପାଇଁ ଖରାପ :-

ଶୋଇବା ସମୟରେ କ୍ଷୀର ପିଇବା କାରଣରୁ କ୍ଷୀରର ହଜମ ଠିକ୍ ଭାବରେ ହୋଇନଥାଏ । ଏହି ଉପାୟରେ କ୍ଷୀର ପିଇବା ଦ୍ୱାରା ଶରୀରରେ ଲାକ୍ଟେଜ୍ ଏନଜାଇମର ଅଭାବ ଦେଖାଯାଏ । କ୍ଷୀରରେ ଲାକ୍ଟୋଜ୍ ଥାଏ । ଲାକ୍ଟେଜ୍ କ୍ଷୁଦ୍ର ଅନ୍ତନଳୀରେ ମିଳୁଥିବା ଏକ ଏନଜାଇମ୍, ଲାକ୍ଟୋଜ୍କୁ ଗ୍ଲୁକୋଜ୍ ଏବଂ ଗାଲାକ୍ଟୋଜ୍ ରେ ଭାଙ୍ଗିଥାଏ । ଶୋଇବା ସମୟରେ କ୍ଷୀର ପିଇବା ଦ୍ୱାରା ଲାକ୍ଟେଜ୍ ମିଳିନଥାଏ ଏବଂ କ୍ଷୀର ବଡ଼ ଅନ୍ତନଳୀରେ ପହଞ୍ଚେ, ଯେଉଁ କାରଣରୁ ହଜମ ଠିକ୍ ଭାବରେ ହୋଇନଥାଏ ।

ଇନସୁଲିନ୍ ବୃଦ୍ଧି ପାଇପାରେ :-
ଶୋଇବାର କିଛି ସମୟ ପୂର୍ବରୁ ରାତ୍ରୀ ଭୋଜନ କରାଯାଏ । ଯଦି ଆପଣ ରାତ୍ରି ଭୋଜନ ପରେ କ୍ଷୀର ପିଅନ୍ତି, ତେବେ ଏହା ଶରୀରରେ ଇନସୁଲିନର ପରିମାଣ ବଢ଼ାଇପାରେ । କ୍ଷୀରରେ କାର୍ବୋହାଇଡ୍ରେଟ୍ ଥାଏ ଯାହା ବ୍ଲଡ ସୁଗାର ମଧ୍ୟ ବଢ଼ାଇପାରେ ।

ଓଜନ ବଢେ :-
ଶୋଇବା ସମୟରେ କ୍ଷୀର ପିଇବା ଦ୍ୱାରା କ୍ୟାଲୋରୀ ବର୍ଣ୍ଣ ହୋଇନଥାଏ ଓ ଓଜନ ବଢ଼ିବାକୁ ଲାଗେ । ଏହି କାରଣରୁ ରାତିରେ ଶୋଇବାର ୨-୪ ଘଣ୍ଟା ପୂର୍ବରୁ କ୍ଷୀର ପିଇବା ଉଚିତ୍, ଯାହା ଦ୍ୱାରା କ୍ଷୀର ଠିକ୍ ଭାବରେ ହଜମ ହେବ ଓ ଓଜନ ବଢ଼ିବନି ।

Get real time updates directly on you device, subscribe now.