fbpx

ଆଉ ମାଗଣା ସର୍ଭିସ ଦେବନି ଆପଣଙ୍କ Whatsapp… ମାସକୁ ୟୁଜର ଖର୍ଚ୍ଚ କରିବେ ଏତିକି ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ମେସେଜିଙ୍ଗ ଆପ୍ ତାଳିକାରେ ଶୀର୍ଷରେ ରହିଛି ହ୍ୱାଟ୍ସଆପ୍ । କୋଟି କୋଟି ୟୁଜରଙ୍କ ପାଇଁ ଏହି ଆପ୍ ଜୀବନର ଏକ ପ୍ରମୁଖ ଅଂଶ ପାଲଟିଯାଇଛି । ତେବେ ଏହାକୁ ବ୍ୟବହାର କରିବା ପାଇଁ ବର୍ତ୍ତମାନ ୟୁଜରଙ୍କୁ କୌଣସି ଖର୍ଚ୍ଚ କରିବାକୁ ପଡ଼ୁନାହିଁ । କିନ୍ତୁ ଆଗାମୀ ଦିନରେ ଏହି ଆପ୍ ବ୍ୟବହାର କରିବାକୁ ହେଲେ ୟୁଜରଙ୍କୁ ମାସିକ ଦେୟ ଦେବାକୁ ପଡ଼ିବ । କାରଣ ଚଳିତବର୍ଷ ହିଁ ହ୍ୱାଟ୍ସଆପ୍ ନିଜର ମାଗଣା ସର୍ଭିସକୁ ବନ୍ଦ କରିବାକୁ ଯାଉଛି । ଏହାପରେ ହ୍ୱାଟ୍ସଆପ୍ ବ୍ୟବହାର କରିବା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ଅଧିକାଂଶ ୟୁଜର ମାଗଣାରେ ନିଜ ଚାଟ୍, ଫଟୋ ଏବହ ଭିଡିଓକୁ ବ୍ୟାକ୍ଅପ୍ ରୂପରେ ଗୁଗଲରେ ରଖିଥାନ୍ତି । ତେବେ ଏହି ଗୁଗଲ ବ୍ୟାକ୍ଅପ୍ ସର୍ଭିସ ଆଉ ଅଧିକ ଦିନ ପାଇଁ ମାଗଣାରେ ମିଳିପାରିବ ନାହିଁ । ଖୁବଶୀଘ୍ର କମ୍ପାନୀ ଏହି ମାଗଣା ସର୍ଭିସକୁ ବନ୍ଦ କରିବାକୁ ଯାଉଛି । ଏଣିକି ଏହି ସର୍ଭିସ ପାଇବା ପାଇଁ ହେଲେ ୟୁଜରଙ୍କୁ କିଛି ଦେୟ ଦେବାକୁ ପଡ଼ିପାରେ । ୨୦୨୩ ଶେଷ ଆଡ଼କୁ ଗୁଗଲ ସପୋର୍ଟକୁ ନେଇ ଏକ ସୂଚନା ଦେଇଥିଲା । ଏଥିରେ କୁହାଯାଇଥିଲା ଯେ, ହ୍ୱାଟ୍ସଆପରେ ଖୁବଶୀଘ୍ର ଏକ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହାପରେ ୟୁଜର୍ସ ଗୁଗଲ ଡ୍ରାଇଭରେ ମାଗଣାରେ ଅନଲିମିଟେଡ ଚାଟ୍ ସେଭ୍ କରିପାରିବେନାହିଁ । ସ୍ପେସ ଫୁଲ ହେବା ପରେ ୟୁଜର୍ସମାନଙ୍କୁ କ୍ଲାଉଡ ଷ୍ଟୋରେଜ ପାଇଁ ପେମେଣ୍ଟ କରିବାକୁ ହେବ କିମ୍ବା ନିଜ ଡାଟା ଡିଲିଟ କରି ସ୍ପେସ ଫ୍ରି କରିବାକୁ ପଡ଼ିବ । ଏଥିପାଇଁ ହ୍ୱାଟ୍ସଆପ୍ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ଦେଇଛି ।

ଗୁଗଲ ଡ୍ରାଇଭରେ ୟୁଜର୍ସମାନଙ୍କୁ ମାଗଣା ୧୫ ଜିବି କ୍ଲାଉଡ ଡାଟା ଆକ୍ସେସ କରିବାକୁ ମିଳିଥାଏ । ବର୍ତ୍ତମାନ ହ୍ୱାଟ୍ସଆପ୍ ୟୁଜର୍ସ ଯେତେ ବ୍ୟାକ୍ଅପ୍ ତିଆରି କଲେ ମଧ୍ୟ, ଏଥିପାଇଁ ୧୫ ଜିବି ଫ୍ରି ଡାଟା ଉପରେ କୌଣସି ଫରକ ପଡ଼ିବ ନାହିଁ । ତେବେ ଏହି ନିୟମ ଆସନ୍ତା ସମୟରେ ପରିବର୍ତ୍ତନ ହେବାକୁ ଯାଉଛି । ଯଦି ଆଣ୍ଡ୍ରଏଡ ୟୁଜର୍ସ ଅଧିକ ବ୍ୟାକ୍ଅପ୍ କ୍ଲାଉଡ ଷ୍ଟୋରେଜରେ ସେଭ କରନ୍ତି, ତେବେ ଏହା ୧୫ ଜିବି ଡାଟାରେ ହିସାବ କରାଯିବ । ତେଣୁ ୟୁଜର୍ସମାନଙ୍କୁ ସେମାନଙ୍କ ଚାଟ ବ୍ୟାକଅପ୍ କୁ ଚାଲାକିର ସହ ପରିଚାଳନା କରିବାକୁ ପଡ଼ିବ ଏବଂ ଅନାବଶ୍ୟକ ଜିନିଷଗୁଡ଼ିକୁ ଡିଲିଟ କରିବକୁ ହେବ ।

ଗୁଗଲ ଡ୍ରାଇଭର ଅତିରିକ୍ତ ଷ୍ଟୋରେଜ ପାଇବା ପାଇଁ ୟୁଜର୍ସମାନଙ୍କୁ ପେମେଣ୍ଟ କରିବାକୁ ପଡ଼ିବ । ଏଥିପାଇଁ ଗୁଗଲ ୱାନ୍ ପ୍ଲାନ ରହିଛି । ଏଥିରେ ୟୁଜର୍ସ ନିଜ ଆବଶ୍ୟକତା ଅନୁସାରେ ଷ୍ଟୋରେଜ ଚୟନ କରିପାରିବେ । ଏଥିରେ ମାସିକ ଏବଂ ବାର୍ଷିକ ପ୍ଲାନ ଉପଲବ୍ଧ ରହିଛି । ଉଭୟ କାଟାଗୋରୀରେ ୨ଟି ଲେଖାଏଁ ପ୍ଲାନ ଉପଲବ୍ଧ ରହିଛି । ମାସିକ ସାଧାରଣ ପ୍ଲାନରେ ୧୦୦ ଜିବି ଡାଟା ମିଳିଥାଏ । ଏଥିରେ ୟୁଜର୍ସମାନଙ୍କୁ ମାସିକ ୩୫ ଟଙ୍କା ଲେଖାଏଁ ୩ ମାସ ପର୍ଯ୍ୟନ୍ତ ଦେବାକୁ ପଡ଼ିବ । ଏହାପରେ ମାସକୁ ଏଥିପାଇଁ ୧୩୦ ଟଙ୍କା ଲେକାଏଁ ଦେବେ ୟୁଜର ।

Get real time updates directly on you device, subscribe now.