fbpx

ସ୍ୱାମୀ ସ୍ତ୍ରୀଙ୍କ କଳିରେ ବଳି ପଡ଼ିଲା ୪ ବର୍ଷ ପୁଅ

ନୂଆଦିଲ୍ଲୀ: ହତ୍ୟାକାରୀ ସାଜିଲା ମାଆ । ନିଜ ୪ ବର୍ଷର ପୁଅକୁ ବିଭତ୍ସ ଭାବେ ହତ୍ୟା କରିଛି ଏହି ନିଦର୍ୟୀ ମାଆ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ଅଭିଯୁକ୍ତ ଜଣଙ୍କ ହେଲେ ବେଙ୍ଗାଲୁରୁର ଏକ ଇଓ ଷ୍ଟାର୍ଟଅପ୍ କମ୍ପାନୀର ସିଇଓ ସୂଚନା ସେଠ୍ । ସେ ତାଙ୍କ ୪ ବର୍ଷର ପୁଅକୁ ଗୋଆର ଏକ ହୋଟେଲରେ ହତ୍ୟା କରିସାରିବା ପରେ ଏକ ସୁଟକେସରେ ଭର୍ତ୍ତି କରି ବେଙ୍ଗାଲୁରୁ ଫେରୁଥିଲେ । କୌଣସି ସୂତ୍ରରୁ ଖବର ପାଇ କର୍ଣ୍ଣାଟକ ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଥିବା ସୂଚନା ମଳିଛି ।

ସୂତ୍ରରୁ ପ୍ରକାଶ ଅଭିଯୁକ୍ତ ସୂଚନା ସେଠ୍ ବେଙ୍ଗାଲୁରୁର ଏକ AI ଷ୍ଟାର୍ଟଅପ୍ କମ୍ପାନୀରେ ସିଇଓ ଭାବେ କାର୍ଯ୍ୟରତ ଥିଲେ । ୨୦୧୦ ମସିହାରେ ସେ ବିବାହ କରିଥିଲେ ଏବଂ ୨୦୧୯ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ କୌଣସି କାରଣ ବଶତଃ ୨୦୨୦ରେ ସୂଚନା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । କିନ୍ତୁ ପିତା ତାଙ୍କ ସନ୍ତାନକୁ ପ୍ରତି ରବିବାର ଭେଟିପାରିବେ ବୋଲି କୋର୍ଟ ରାୟ ଶୁଣାଇଥିଲେ । କୋର୍ଟଙ୍କ ଏହି ରାୟକୁ ନେଇ ଅସନ୍ତୁଷ୍ଟ ଥିଲେ ସୂଚନା । ଏନେଇ ସେ ଅନେକ ଥର ବାପା ପୁଅଙ୍କୁ ଭେଟ ନ କରେଇବା ପାଇଁ ଷଡ଼ଯନ୍ତ୍ର ରଚି ଆସୁଥିଲେ । ନିକଟରେ ସେ ତାଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଚଳିତ ବର୍ଷ ଜାନୁଆରୀ ୬ ରେ ନିଜ ୪ ବର୍ଷର ପୁଅ ସହ ଗୋଆର ଏକ ହୋଟେଲ ପହଂଚିଥିଲେ ।

ଜାନୁଆରୀ ୭ ରବିବାର ଥିବାରୁ ପିତା ତାଙ୍କ ପୁଅକୁ ଭେଟିଥାନ୍ତେ । କିନ୍ତୁ ଏହା ପୂର୍ବରୁ ହିଁ ସୂଚନା ହୋଟେଲ ରୁମରେ ଅତି ନିର୍ଦୟୀ ଭାବେ ପୁଅର ହତ୍ୟା କରିଥିଲେ । ଏହା ପରେ ସେ ପୁଅର ମୃତ ଦେହକୁ ଏକ ସୁଟକେସରେ ଭର୍ତ୍ତି କରି ହୋଟେଲ ଷ୍ଟାଫ୍ ଦ୍ୱାରା ବୁକ୍ କରାଯାଇଥିବା କ୍ୟାବ୍ ଦ୍ୱାରା ସଡ଼କ ମାର୍ଗରେ ବେଙ୍ଗାଲୁରୁ ପାଇଁ ପ୍ରସ୍ଥାନ କରିଥିଲେ । ତେବେ ଉକ୍ତ ମହିଳା ଜଣଙ୍କ ଚେକ୍ ଆଉଟ୍ କରିବା ପରେ ହୋଟେଲ ଷ୍ଟାଫ୍ ଉକ୍ତ ମହିଳା ରହୁଥିବା କକ୍ଷ ସଫା କରିବା ସମୟରେ ଖଟରେ ରକ୍ତ ଛିଟା ଦେଖି ସନ୍ଦେହ କରିଥିଲେ ଏବଂ ହୋଟେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ଏନେଇ ପୋଲିସକୁ ତୁରନ୍ତ ଖବର ଦିଆଯାଇଥିଲା ଓ କ୍ୟାବ ଡ୍ରାଇଭରଙ୍କ ସହ ଯୋଗ।।ଯୋଗ କରାଯାଇଥିଲା । ପରବର୍ତ୍ତୀ ସମୟରେ କ୍ୟାବ ଡ୍ରାଇଭର ଜଣଙ୍କ ନିକଟସ୍ଥ ଚିତ୍ରଦୁର୍ଗ ପୋଲିସ ଷ୍ଟେସନରେ ଏହି ମାମଲାର ରିପୋର୍ଟ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.