fbpx

ଶପିଂ କରିବା ପୂର୍ବରୁ କଫି ପିଇଲେ ଆପଣ ଅଧିକ ଟଙ୍କାର କିଣାକିଣି କରିବେ: ଆପଣଙ୍କର ମସ୍ତିଷ୍କର ଆବେଗ ଓ ପାନୀୟକୁ ନେଇ କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: କଫି ପିଇବା ଆପଣଙ୍କ ପସନ୍ଦ କି? ଆପଣ କଫି ପିଇବା ପରେ କେବେ ଶପିଂ କରିଛନ୍ତି କି? ଯଦି ହିଁ ତେବେ ହୋଇଯାଆନ୍ତୁ ସତର୍କ । କଫି ଆପଣଙ୍କ ମନକୁ ଶାନ୍ତି ଦେଇପାରେ, ମାତ୍ର ଏହା ଆପଣଙ୍କୁ ବହୁତ କ୍ଷତି ପହଞ୍ଚାଇଥାଏ । ନିକଟରେ କଫିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିଛି । ଅଧିକାଂଶ ଲୋକ ଏହା ବିଷୟରେ ଅଜ୍ଞାତ ଥାଆନ୍ତି । କଫି ଆପଣଙ୍କ ଶରୀର ଉପରେ କ’ଣ ପ୍ରଭାବ ପକାଉଛି ସେଇଟା ଅଲଗା ମାତ୍ର, ଏହା ଆପଣଙ୍କ ପକେଟ୍ ଖାଲି କରିଦେଇପାରେ ।

ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଆପଣ କିଣାକିଣି କରିବାକୁ ଯିବା ପୂର୍ବରୁ ଏକ କପ କଫିନବାଲା କଫି ପିଇଲେ, ଆପଣଙ୍କର ପାଖାପାଖି ୫୦ ପ୍ରତିଶତ ଅଧିକ ଅର୍ଥ ଖର୍ଚ୍ଚ ହେବ । ଜର୍ନାଲ ଅଫ୍ ମାର୍କେଟିଂରେ ପ୍ରକାଶିତ ଏକ ରିପୋର୍ଟରେ ଏନେଇ ଖୁଲାସା କରାଯାଇଛି । କଫି ପିଇ ଶପିଂ କରିବା ଦ୍ୱାରା ଆପଣ ୩୦ ପ୍ରତିଶତ ଅଧିକ ସାମଗ୍ରୀ କିଣିଥାନ୍ତି । ତେବେ ଆପଣ କ’ଣ କିଣିବେ ତା’ ଉପରେ କଫି ମଧ୍ୟ ପ୍ରଭାବ ପକାଇଥାଏ ।

ଏନେଇ ରିସର୍ଚ୍ଚର ଦିପାୟନ ବିସ୍ୱାସ କହିଛନ୍ତି, କଫି ଏକ ଶକ୍ତିଶାଳୀ ଉତ୍ତେଜକ ଅଟେ, ଯାହାଦ୍ୱାରା ମସ୍ତିଷ୍କରୁ ଡୋପାମାଇନ କ୍ଷରିତ ହୋଇଥାଏ । ଏହି ଡୋପାମାଇନ ଶରୀରକୁ ଉତ୍ତେଜିତ କରିଥାଏ, ଫଳରେ ଆପଣ ଶକ୍ତିରେ ଭରିଯିବା ସହ ଆବେଗ ବଢ଼ିଥାଏ । ଆପଣ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି । ଏହି ଷ୍ଟଡି ପାଇଁ ଫ୍ରାନ୍ସର ଏକ ରିଟେଲ ଷ୍ଟୋରରେ ଏକ ବିଭାଗରେ ୩୦୦ରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ କଫିନବାଲା କଫି ଓ ଅବଶିଷ୍ଟ ଲୋକଙ୍କୁ ବିନା କଫିନବାଲା କଫି ପିଇବାକୁ ଦିଆଯାଇଥିଲା । ତେବେ କଫିନବାଲା କଫି ପିଇଥିବା ଲୋକମାନେ ଅଧିକ ପଇସାର ଶପିଂ କରିଥିବା ଷ୍ଟଡିରୁ ସ୍ପଷ୍ଟ ହୋଇଥିଲା । ଯେଉଁମାନେ ଦିନକୁ ଦୁଇ କପ୍ କଫି ପିଇଥାନ୍ତି, ସେମାନେ ଜୋଶର ଆବେଗରେ ଅଧିକ କିଣାକିଣି କରିଥାନ୍ତି ବୋଲି କୁହାଯାଇଛି ।

Get real time updates directly on you device, subscribe now.