fbpx

(Video) ଭୁବନେଶ୍ୱର ରେଳ ଷ୍ଟେସନରୁ କଲେଜ୍ ଛାତ୍ରୀ ନିଖୋଜ ଘଟଣା, ସିସିଟିଭି ଫୁଟେଜ୍ ରେ ରହିଛନ୍ତି ସ୍ୱିଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ରେଳଷ୍ଟେସନରୁ ଗାଏବ ହୋଇଥିବା କଲେଜ ଛାତ୍ରୀ ସ୍ୱିଟିଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା କୁଆଡେ ଗଲେ ସ୍ୱିଟି? କିଏ ଉଠାଇନେଲା ନା ନିଜେ ଗାୟବ୍ ହୋଇଗଲେ? କ’ଣ ହୋଇଥାଇପାରେ ଘଟଣା । ଛାତ୍ରୀ ସ୍ୱିଟି ରାୟ ନିଖୋଜକୁ ନେଇ ଏଭଳି ଚର୍ଚ୍ଚା ହେବାକୁ ଲାଗିଛି ।

କାରଣ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ସ୍ୱିଟିର ଟେର ପାଉନି ପୋଲିସ । ସ୍ୱିଟି ରାୟଙ୍କ ଘର ପଶ୍ଚିମ ବଙ୍ଗର ୨୪ ପ୍ରଗଣାରେ । ସୁଦୂର ପଶ୍ଚିମବଙ୍ଗରୁ ଓଡ଼ିଶା ଆସି ଉକ୍ରଳ ଏରୋ ସ୍ପେଶ୍ ଇଞ୍ଜିନିୟରିଂ ପାଠ ପଢ଼ୁଥିଲେ । ମଝିରେ ମଝିରେ ଘରକୁ ଯାଉଥିଲେ । ତେବେ ଗତକାଲି ହାଉଡା ଷ୍ଟେସନରୁ ବାହାରି ଭୁବନେଶ୍ୱର ଷ୍ଟେସନରେ ପହଂଚିଥିଲେ ସ୍ୱିଟି । କିନ୍ତୁ ଏହାପରେ କେଉଁ ଆଡକୁ ଉଭାନ ହୋଇଯାଇଛନ୍ତି ସ୍ୱିଟି । ଏଭଳି ଅଭିଯୋଗ ଆଣିଛନ୍ତି ପରିବାର ଏବଂ ସାଙ୍ଗସାଥି ।

ସେ ନିଖୋଜ ନା ତାଙ୍କୁ କେହି ଉଠାଇ ନେଇଯାଇଛନ୍ତି । ସ୍ୱିଟିଙ୍କର କାହା ସହ ପ୍ରେମ ସମ୍ପର୍କ ଥିଲା କି? ଏଭଳି ଅନେକ ପ୍ରଶ୍ନ ଉଠୁଥିବାବେଳେ ସ୍ୱିଟିଙ୍କୁ କେହି ଉଠାଇ ନେଇଯାଇଥିବା ଲୋକାଲ ଗାର୍ଡିଆନ୍ ସନ୍ଦେହ କରୁଛନ୍ତି ।

ଏହାରି ମଧ୍ୟରେ ସ୍ୱିଟି ରେଳ ଷ୍ଟେସନରେ ପହଂଚିବା ଏବଂ ୧ ନମ୍ବର ଗେଟ୍ ଦେଇ ବାହାରକୁ ବାହାରୁଥିବାର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି । କିନ୍ତୁ ଏହା ପରେ ସେ କୁଆଡେ ଯାଉଛନ୍ତି ତାହାର କୌଣସି ସୁରାକ ମିଳୁନି । ସେପଟେ ସ୍ୱିଟି କେଉଁଠି ଥିବେ କେମିତି ଥିବେ, କେଉଁ ଅବସ୍ଥାରେ ଥିବେ ସେନେଇ ଚିନ୍ତାରେ ଅଛନ୍ତି ପରିବାର । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.