fbpx
BJD SKY
BJD SKY

ଶୀତଦିନେ ଅଧିକ ଗରମ ପାଣିର ବ୍ୟବହାର କରୁଛନ୍ତି କି, ଆଜିଠାରୁ ହୋଇଯାଆନ୍ତୁ ସାବଧାନ

BJD

ଶୀତଦିନେ ଗରମ ପାଣି ପିଇବା ବା ଗାଧୋଇବା ଅଭ୍ୟାସ ଅଧିକାଂଶ ଲୋକଙ୍କର ରହିଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଥଣ୍ଡା ଦିନରେ ଅଧିକ ସମୟ ପର୍ଯ୍ୟନ୍ତ ଗରମ ପାଣିରେ ଗାଧୋଇବା ଅନୁଚିତ । ଏହି ଅଭ୍ୟାସ ଶାରୀରିକ ଓ ମାନସିକ ସ୍ତରରେ ଅନେକ କ୍ଷତି କରିଥାଏ । ଆସନ୍ତୁ ଜାଣିବା ଗରମ ପାଣି ଦ୍ୱାରା ଆମ ଶରୀରର କଣ କ୍ଷତି ଘଟିଥାଏ ।

ବାସ୍ତବରେ ଗରମ ପାଣି ଚର୍ମରେ ଥିବା କେରାଟିନା ନାମକ ଏକ କୋଷକୁ ପ୍ରଭାବିତ କରିଥାଏ । ଯାହାଦ୍ୱାରା ଚର୍ମରେ କୁଞ୍ଚନ, ଶୁଷ୍କ ଓ ଘା ସମସ୍ୟା ଦେଖାଦେଇଥାଏ ।

ଶୀତଦିନେ ଆମକୁ କମ ଶୋଷ ଲାଗିଥାଏ । ଏହାର ଅର୍ଥ ନୁହେଁ ଯେ ଆମେ ପ୍ରଚୁର ପାଣି ପିଇବାରେ ଅବହେଳା କରିବା । ସାଧାରଣତଃ ପରିସ୍ରା ଓ ଝାଳ ଆକାରରେ ଜଳ ଶରୀରରୁ ନିଷ୍କାସିତ ହୋଇଥାଏ । କମ ଜଳ ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେଟିଂ ହୋଇ କିଡନୀ ଓ ହଜମ କ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ ।

ପାଣି ପାଇପଗୁଡ଼ିକ ପୁରୁଣା, କଳଙ୍କିତ, ମଇଳା ଅବସ୍ଥାରେ ରହିଥାଏ । ସେଥିରେ ଆସୁଥିବା ପାଣିରେ ଜୀବାଣୁ ଭରି ରହିଥାଆନ୍ତି । ଗରମ ପାଣିକୁ ଟ୍ୟାପରୁ ସିଧାସଳଖ ଆଣି ବ୍ୟବହାର କରିବା ଅନୁଚିତ । ଏକ ପାତ୍ରରେ ପ୍ରଥମେ ପାଣିକୁ ଗରମ କରି ପରେ ବ୍ୟବହାର କରିବା ଠିକ ହେବ ।

ଅନେକ ସମୟରେ ଗରମ ପାଣି ଦ୍ୱାରା ପାଟିରେ ଫୁଲା ସୃଷ୍ଟି ହୋଇଥାଏ । ଏପରି କ୍ଷେତ୍ରରେ ଏହା ହଜମ ପ୍ରକ୍ରିୟାର ଆବରଣକୁ ନଷ୍ଟ କରିଦେଇପାରେ । ଗରମ ପାଣି ଶରୀରର ଭିତର ଅଂଶକୁ ପ୍ରଭାବିତ କରିପାରେ, କାରଣ ପାଣିର ତାପମାତ୍ରା ଶରୀରର ତାପମାତ୍ରା ଠାରୁ ଅଧିକ ରହିଥାଏ ।

Get real time updates directly on you device, subscribe now.