fbpx
BJD
BJD SKY
BJD SKY

ସାବଧାନ! Disposable ପ୍ଲାଷ୍ଟିକ କପରେ ଚା’, କଫି ଓ ପାଣି ପିଇବା ବିପଜ୍ଜନକ, କେମିକାଲ କାରଣରୁ ଜନ୍ମ ନେଉଛି କ୍ୟାନସର ଓ ଥାଇରଏଡ୍ ପରି ଭୟଙ୍କର ବୀମାରୀ

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ କାଚ ଗ୍ଲାସ ବଦଳରେ ଡିସ୍ପୋଜେବଲ କପରେ ଚା’ ପିଉଥିବା ଦେଖାଯାଉଛି । ପାଣି, ଚା’, କଫି ସହିତ ଅନ୍ୟାନ୍ୟ ପାନୀୟ ପାଇଁ ଡିସ୍ପୋଜେବଲ କପର ବହୁଳ ବ୍ୟବହାର ହେଉଥିବା ଦେଖାଯାଉଛି । ବିଭିନ୍ନ ଅଫିସଠାରୁ ଆରମ୍ଭ କରି ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନମାନଙ୍କରେ ଏହାର ଉପଯୋଗ କରାଯାଉଛି । ତେବେ ଆପଣମାନେ ଜାଣନ୍ତି କି ଏହି ଡିସ୍ପୋଜେବଲ କପ ଆମର ଶରୀର ପ୍ରତି କେତେ କ୍ଷତିକାରକ?

ଡାକ୍ତରଙ୍କ ଅନୁଯାୟୀ, ଡିସ୍ପୋଜେବଲ କପ ପ୍ଲାଷ୍ଟିକ ଓ କେମିକାଲ ଦ୍ୱାରା ତିଆରି ହୋଇଛି । ଏହାକୁ ଦୀର୍ଘ ସମୟ ଧରି ବ୍ୟବହାର କରିବା ଫଳରେ ତାହା କ୍ୟାନସରର କାରଣ ସାଜିପାରେ । ଏହି କପରେ ବିସଫେନୋଲ ଓ ବିପିଏ ପରି କେମିକାଲ ରହିଥିବା ବେଳେ ଏହି କେମିକାଲ ଅତ୍ୟନ୍ତ ବିପଜ୍ଜନକ ଅଟେ । ଯେତେବେଳେ ଆମେ ଏହି କପରେ ଗରମ ଚା’ ପିଇଥାଉ, ସେ ସମୟରେ ସେଥିରେ ଥିବା କେମିକାଲ ଚା’ରେ ମିଶିଯାଇଥାଏ । ଫଳରେ ସେହି କେମିକାଲ ଆମ ପେଟ ଭିତରକୁ ଚାଲିଯାଇଥାଏ ଓ କ୍ୟାନସର ଜନ୍ମ ନେଇଥାଏ ।

ଏହି କପ ତିଆରି କରିବା ପାଇଁ କେବଳ କେମିକାଲ ନୁହେଁ ମାଇକ୍ରୋପ୍ଲାଷ୍ଟିକର ମଧ୍ୟ ଉପଯୋଗ କରଯାଇଥାଏ, ଯାହାଦ୍ୱାରା କି ଥାଇରଏଡ୍ କରି ଭୟଙ୍କର ବୀମାରୀ ହୋଇଥାଏ । ବହୁ ସମୟ ଧରି ଏହାର ବ୍ୟବହାର କରିବା ଫଳରେ କ୍ୟାନସର ହୋଇପାରେ । ମଦ ଓ ଧୂମ୍ରପାନ କରୁଥିବା ଲୋକମାନେ ଏହି କପର ବ୍ୟବହାର କଲେ କ୍ୟାନସରର ଆଶଙ୍କା ଅଧିକ ବଢ଼ିଯାଇଥାଏ । ତେଣୁ ଏହି ଡିସ୍ପୋଜେବଲ କପକୁ ଆଦୌ ବ୍ୟବହାର କରନ୍ତୁ ନାହିଁ ।

କଫି, ପାଣି ବା ଚା’ ପିଇବା ପାଇଁ ପ୍ଲାଷ୍ଟିକ ବା ପେପର ବ୍ୟବହାରରୁ ଦୂରେଇ ରହିବା ଆବଶ୍ୟକ । ଏହା ବଦଳରେ ଆମେ ଷ୍ଟିଲର ସାମଗ୍ରୀ ବା ମାଟି ନିର୍ମିତ ଉପକରଣ ବ୍ୟବହାର କରିପାରିବା । ମାଟିର ସାମଗ୍ରୀରେ ପେପର ଓ ପ୍ଲାଷ୍ଟିକର ଉପଯୋଗ କରାଯାଉ ଥିବାରୁ ତାହା ଆମ ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇଥାଏ । ଦୈନନ୍ଦିନ ଜୀବନରେ ଆମର ଏଇ ସାମାନ୍ୟ ଭୁଲ ଭବିଷ୍ୟତରେ ବିପଦର ଏକ ବିଶାଳକାୟ ପାହାଡ଼ ସୃଷ୍ଟି କରିଥାଏ । ତେଣୁ ବେଳ ଥାଉ ଥାଉ ସାବଧାନ ହେବା ନିହାତି ଜରୁରୀ ।

Get real time updates directly on you device, subscribe now.