fbpx

ସଭ୍ୟ ସମାଜରେ ଅତ୍ୟନ୍ତ ଅସଭ୍ୟ ଆଚରଣ; ଚୋରୀ ଅଭିଯୋଗରେ ଦୁଇ ନାବାଳକଙ୍କୁ ପିଆଇଲେ ପରିସ୍ରା, ଗୁପ୍ତାଙ୍ଗରେ ଭର୍ତ୍ତି କଲେ ଲଙ୍କାଗୁଣ୍ଡ

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ସିଦ୍ଧାର୍ଥନଗରରୁ ଏକ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ସଭ୍ୟ ମଣିଷ ଆଜି କେତେ ଯେ ଅସଭ୍ୟ ହୋଇଗଲାଣି ତାହା ଏହି ଘଟଣା ସୂଚାଇ ଦେଉଛି । ଏଠାରେ ନିଜକୁ ଦବଙ୍ଗ ବୋଲି ସାବ୍ୟସ୍ତ କରୁଥିବା କିଛି ଯୁବକ ଦୁଇ ଜଣ ନାବାଳକଙ୍କୁ ଚୋରୀ ଅଭିଯୋଗରେ ପରିସ୍ରା ପିଆଇଛନ୍ତି । କେବଳ ଏତିକିରେ ସେମାନଙ୍କ ମନ ଶନ୍ତି ହୋଇନାହିଁ । ସେମାନେ ଦୁଇ ନାବାଳକଙ୍କୁ ଶୁଖିଲା ଲଙ୍କା ଖୁଆଇବା ସହିତ ସେମାନଙ୍କ ଗୁପ୍ତାଙ୍କରେ ଲଙ୍କା ଭର୍ତ୍ତି କରିଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲିବାରେ ଲାଗିଛି ।

ଏଭଳି ଏକ ପାଶବିକ ଘଟଣାର ଚିତ୍ର ଆସିଛି ସିଦ୍ଧାର୍ଥନଗରର ପଥରା ଥାନା ଅଞ୍ଚଳରୁ । ଏଠାରେ ଥିବା ଏକ ଚିକେନ ଦୋକାନରୁ ପଇସା ଚୋରୀ ଅଭିଯୋଗରେ ୧୦ରୁ ୧୫ ବର୍ଷ ବୟସ ମଧ୍ୟରେ ଦୁଇ ନାବାଳକଙ୍କୁ ଅଭିଯୁକ୍ତମାନେ ଧରି ନେଇଥିଲେ ଓ ପ୍ରଥମେ ସେମାନଙ୍କୁ ଶୁଖିଲା ଲଙ୍କା ଖୁଆଇଥିଲେ । ଏହା ବ୍ୟତିତ ସେମାନଙ୍କ ଗୁପ୍ତାଙ୍ଗରେ ଲଙ୍କା ଭର୍ତ୍ତି କରିଥିଲେ । ପରେ ସେମାନଙ୍କୁ ପରିସ୍ରା ପିଇବାକୁ ବାଧ୍ୟ କରିଥିଲେ । ଅଭିଯୁକ୍ତମାନେ ଏହି ସମୟର ଭିଡିଓ ବି ପ୍ରସ୍ତୁତ କରିଥିଲେ ।

ଘଟଣା ୪ ଅଗଷ୍ଟର । ସୋସିଆଲ ମିଡିିଆରେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଚାରିଆଡେ ଘଟଣାକୁ ନେଇ ନିନ୍ଦା କରାଯାଉଛି । ଘଟଣାରେ ସିଦ୍ଧାର୍ଥର୍ନଗର ଏସପି ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛିି । ଯାଞ୍ଚ ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.