fbpx
BSKY
BJD MC SKY
BJD YOUTH SKY

ବ୍ୟସ୍ତ ବହୁଳ ଜୀବନରେ ସୁସ୍ଥ ରହିବେ କିପରି : ଜାଣିନିଅନ୍ତୁ ଏହାର ଉପାୟ

ନୂଆଦିଲ୍ଲୀ : ଅଧିକାଂଶ ମଣିଷ ନିଜର ଅଧିକାଂଶ ସମୟ କାର୍ଯ୍ୟ କରୁଥିବା ସ୍ଥାନରେ ଅତିବାହିତ କରିଥାଏ । କର୍ମକ୍ଷେତ୍ରରେ ଅଧିକ ସମୟ ବିତଉଥିବା ବେଳେ ବାହାର ଖାଦ୍ୟ ଖାଇବା ପିଇବା କିମ୍ବା ଅଧିକ ସମୟ ବସିବା ଦ୍ୱାରା ଶରୀରରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବା ସହିତ ଓଜନ ବଢିବା ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିଥାଏ । ଏହି ସବୁ ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ପ୍ରତ୍ୟେକ ଦିନ ଜୀବନର କିଛି ମୁହୂର୍ତ୍ତ ସୁସ୍ଥ କାର୍ଯ୍ୟ କରିବା । ଉଦାହରଣସ୍ୱରୁପ ବ୍ୟାୟାମ, ଯୋଗ ଏବଂ ହେଲ୍‌ଦି ଖାଦ୍ୟ ଖାଇବା ଉଚିତ ।

ସୁସ୍ଥ ଖାଦ୍ୟର ଅଭ୍ୟାସ : କର୍ମ କରିବା ସହ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ । କର୍ମକ୍ଷେତ ସହ ଖାଦ୍ୟରେ ମଧ୍ୟ ଧ୍ୟାନ ଦେବା ନିହାତି ଆବଶ୍ୟକ । ସେଥିପାଇଁ ହେଲ୍‌ଦି ଖାଦ୍ୟ ଖାଇବା ଆବଶ୍ୟକ । ଏହାକୁ ଖାଇଲେ ଆମ ଶରୀର ସୁସ୍ଥ ରୁହେ ।

ଠିକ ଭାବରେ ନିଦ ନହେବା : କାର୍ଯ୍ୟରେ ଅଧିକ ଚାପ ହେତୁ ଠିକ ଭଲ ଭାବରେ ନିଦ ହୁଏ ନାହିଁ । ଯାହା ଓଜନ ବଢିବାର ଏକ କାରଣ ହୋଇପାରେ । ଏଥିପାଇଁ ଠିକ ଭାବରେ ଶୋଇବା ଉଚିତ । ଯାହା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଓ କୌଣସି ପ୍ରକାରର ସମସ୍ୟା ହୋଇନଥାଏ ।

ମାନ ସ୍ଥିର ରହିବା ଉଚିତ : ମଣିଷର ଶରୀର ସୁସ୍ଥ ରହିବା ସହ ମନ ମଧ୍ୟ ସ୍ଥିର ରହିବା ଆବଶ୍ୟକ । ମନ ଅସ୍ଥିର ଥିଲେ ଆମେ ଧ୍ୟାନ କିମ୍ବା ଯୋଗ କରିବା ଦ୍ୱାରା ଏଥିରେ ସ୍ଥିରତା ଆସିଥାଏ ।

ଜୀବନର ସକ୍ରିୟତା : ଅଧିକାଂଶ ବ୍ୟକ୍ତି କାର୍ଯ୍ୟ କରୁଥିବା ସ୍ଥାନରେ କେବଳ ଗୋଟିଏ ଜାଗାରେ ବସି କାମ କରିଥାନ୍ତି । ଏଭଳି ବ୍ୟକ୍ତି ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ କରିବା ଉଚିତ । ଯାହାଦ୍ୱାରା ଜୀବନରେ ସକ୍ରିୟତା ବଢିଥାଏ ।

Get real time updates directly on you device, subscribe now.